Odisha news

ସ୍ୱଚ୍ଛ ପରିବେଶ ମୋ ଅଧିକାର ଅନୁଷ୍ଠାନ ପକ୍ଷରୁ ଦାବୀପତ୍ର

0

ତାଳଚେର ତା ୧୧/୦୬ ଏମସିଏଲର ଖଣି ଅଂଚଳରେ ଗଛ ଗୁଡିକୁ କଟା ନଯାଇ ସୁରକ୍ଷିତ ଅବସ୍ଥାରେ ସ୍ଥାନାନ୍ତିକରଣ କରି ପ୍ରତ୍ୟାରୋପଣ କରିବା ସମ୍ବନ୍ଧରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ସ୍ୱଚ୍ଛ ପରିବେଶ ମୋ ଅଧିକାର ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ଡେପୁଟି କଲେକ୍ଟରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅନୁଗୋଳ ଜିଲ୍ଲାରେ ଅବସ୍ଥିତ ଏମସିଏଲର କୋଇଲାଖଣି ନିମନ୍ତେ ବହୁ ବର୍ଷର ପୁରୁଣା ଜଙ୍ଗଲ ମ୍ମରେ ଥିବା ବଡ ବଡ ମୂଲ୍ୟବାନ ଗଛଗୁଡିକୁ କୋଇଲା ଉତୋଳନ ନିମନ୍ତେ ଏମସିଏଲ କର୍ତୃପକ୍ଷ କାଟି ନଷ୍ଟ କରି ଦେଇଛନ୍ତି । ଯଦ୍ୱାରା ଏହି ଅଚଂଳର ଭୂତଳ ଜଳ ସ୍ଥର ହ୍ରାସ ହେବା ସଙ୍ଗେ ସଙ୍ଗେ ପ୍ରଦୂଷଣ ଏବଂ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜଙ୍ଗଲ ଗୁଡିକରେ ଥିବା ଗଛ ଗୁଡିକୁ କଟାନଯାଇ ଯେଉଁ ଭଳି ବିଦେଶରେ ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ପ୍ରଣାଳୀରେ ସମସ୍ତ ଗଛଗୁଡିକୁ ଖଣି ଅଂଚଳରେ ଥିବା ଖାଲଖମାକୁ ସମତଳ କରାଯାଇ ଏବଂ ଏମସିଏଲ ଦ୍ୱାରା ସୃଷ୍ଟି କରା ଯାଇଥିବା ମାଟିର ପାହାଡ ଉପରେ ଗଛ ଗୁଡିକୁ ପ୍ରତ୍ୟାରୋପଣ କରାଗଲେ ଭୂତଳ ଜଳସ୍ତର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପ୍ରଦୂଷଣ ଏବଂ ତାତିରୁ ମୁକ୍ତି ମିଳି ପାରନ୍ତା । ଅନୁଷ୍ଠାନର ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ଏହି ଦାବୀପତ୍ର ପ୍ରଦାନ ବେଳେ  ଉପସଭାପତି ଅନୁକୂଳ ଆଚାର୍ଯ୍ୟ, ସହସଂପାଦକ ଅକ୍ଷୟ କୁମାର ଗଡନାୟକ, ପରିବେଶବିଦ୍ ବାଉରିବନ୍ଧୁ ବେଜ, ଜନବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ୍ କୁମାର ଥମ୍ବ, ଆମ୍ ଆଦ୍‌ମୀ ପାର୍ଟିର ତାଳଚେର ସଂଯୋଜକ ରଣଜିତ୍ ମହାପାତ୍ର, ଜିତେନ ମହାପାତ୍ର, ଦୟାନିଧି ସାହୁ, ବିଜୟ ବେହେରା, ଅନିରୁଦ୍ଧ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply