Odisha news

ଓଭରବ୍ରିଜ୍ ନିର୍ମାଣ ପାଇଁ ଦିଗଗ୍ରାମରେ ବୁଲିଲା ବୁଲଡ଼ୋଜର୍ : ବିରୋଧ କରି ୧୭ ଗିରଫ

0

ତାଳଚେର ତା ୦୭/୦୬ ତାଳଚେର ଥର୍ମାଲ ବ୍ଲକ ଜଗନ୍ନାଥପୁର ଗ୍ରାମ ପଂଚାୟତ ଦିଗ ଗ୍ରାମ ର୍ଥମାଲ ପ୍ଲାଂଟ୍ ନିର୍ମାଣ କରାଯିବା ପାଇଁ ୧୯୯୨ ମସିହାରେ ବିସ୍ଥାପିତ ହୋଇ ସେହି ନିକଟରେ ତାଙ୍କ ଜମି ଉପରେ ଦୀର୍ଘବର୍ଷ ହେବ ବସବାସ କରି ଆସୁଥିଲେ । ବର୍ତମାନ ଏନଟିପିସି / ଟିଟିପଏସ୍ ପ୍ଲାଂଟ ନିର୍ମାଣ ପାଇଁ ଦିଗଗ୍ରାମ ନିକଟ ଦେଇ ଓଭରବ୍ରିଜ୍ ନିର୍ମାଣ କରାଯାଉଥିବା ବେଳେ କ୍ଷତିପୂରଣ ପାଇଁ କୌଣସି ଆପୋସିକ ବୁଝାମଣା ନକରି ଜିଲ୍ଳା ପ୍ରଶାସନ ନ୍ୟାୟ ନଦେଇ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଗିରଫ କରି ଜବରଦସ୍ତ କାମ କରୁଛି ଆଜି ଗ୍ରାମବାସୀମାନେ ତୀବ୍ର ପ୍ରତିବାଦ୍ କରିବା ସହିତ ଏହାର ନିନ୍ଦା କରିଛନ୍ତି ଓ ପୋଲିସ୍ ଉକ୍ତ ଗ୍ରାମର ୧୭ଜଣଙ୍କୁଗିରଫ କରିଥିବା ଜଣାପଡ଼ିଛି । ଉଚିତ୍ କ୍ଷତିପୂରଣ ନଦେଇ ଉକ୍ତ ଜମିରେ ଆଜି ପ୍ରଶାସନ ପକ୍ଷରୁ ସକାଳ ୯ଘଟିକା ସମୟରେ ଡ଼ୋଜର ଲଗାଇ ଦୁଇଟି ଘର, ପାଚେରୀ ଓ ବାଡ଼ ସମେତ କିଛି ଗଛ କାଟିଦେବା ଫଳରେ ଗ୍ରାମବାସୀ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରିବା ସହିତ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଏହା ଫଳରେ ପୋଲିସ୍ ଉକ୍ତ ଗ୍ରାମର ୭ଜଣ ମହିଳା ସହ ୧୦ଜଣ ପରୁଷଙ୍କୁ ଗିରଫ କରିଛି । ତେବେ ସେମାନଙ୍କର ଅଭିଯୋଗ ବିଚାରକୁ ନନେଇ ତରବରିଆଭାବେ ବିକାଶର ନାରାଦେଇ ଗରିବ ଗୁରୁବାଙ୍କ ଘର ଭାଙ୍ଗି ବାସଚ୍ୟୁତ୍ କରିଦେବା ଘଟଣା ଆଦୌ ଶୋଭନିୟ ନୁହେଁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।

Nalco
Leave A Reply