Odisha news

ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦ୍‌ଘାଟିତ

0

ତାଳଚେର ତା ୨୦/୫: ତାଳଚେର ଦେଉଳବେଡ଼ା ସ୍ଥିତ ମଙ୍ଗଳମ୍ କ୍ଲବର ସମ୍ମିଳନୀ କକ୍ଷ ଠାରେ ଆଜି ଏକ ରାଜ୍ୟସ୍ତରୀୟ  ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଉତର କେନ୍ଦ୍ରାଂଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟାନ୍ୟ ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ଆଡ଼ିସନାଲ କମିଶନର ଟ୍ରାନ୍ସପୋର୍ଟ(ରୋଡ଼ ସେଫ୍ଟି) ଲାଲମୋହନ ସେଠୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ.କୁମାର,ଆଡ଼ିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଅନୁଗୋଳ ରଜନୀକାନ୍ତ ସ୍ୱାଇଁ ଯୋଗଦାନ କରିଥିଲେ । ଟ୍ରାଫିକ ନିୟମ ପାଳନ କରିବା ତଥା ଏନେଇ ଜନସଚେତନତା ବୃଦ୍ଧି କରିବା ଆଦି ଉପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଷଡ଼ଙ୍ଗୀ ଆଲୋକପାତ କରିଥିଲେ ।

ତାଳଚେରର ଆଂଚଳିକ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବାସହ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା େବେଳେ ଅନୁଗୋଳର ଆଂଚଳିକ ପରିବହନ ଅଧିକାରୀ ବି. ସାମନ୍ତସିଂହାରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ସମସ୍ତ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ନଲେଜ ପାର୍ଟନର ଭାବେ କର୍ଣ୍ଣାଟକସ୍ଥିତ ଜେ.ପି. ଇଣ୍ଡିଆ ପ୍ରାଇଭେଟ ଲିଃ ସହଯୋଗରେ ଆୟୋଜିତ ଏହି ଶିବିରରେ ରାସ୍ତା ଦୁର୍ଘଟଣାକୁ ଶୂନ୍ୟ କରାଯିବା, ଦୁର୍ଘଟଣାଜନିତ ମୁତ୍ୟୁହାରକୁ କମାଯିବା, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ପ୍ରାଥମିକ ଉପଚାର କରି ମେଡ଼ିକାଲକୁ ପଠାଇବା ଆଦି ସମ୍ପର୍କରେ ଅନୁଗୋଳ,ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ପୋଲିସ ଅଧିକାରୀ ଏବଂ ଟ୍ରାନ୍ସପୋର୍ଟ ଅଧିକାରୀ ଓଏମଭିଡି ର କର୍ମଚାରୀମାନଙ୍କୁ ଦୁଇ ଦିନ ଧରି ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ଦୁର୍ଘଟଣାର ମୁଖ୍ୟ କାରଣଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବାସହ ସେଗୁଡ଼ିକୁ ଆଧୁନିକ ଜ୍ଞାନକୈାଶଳ ମାଧ୍ୟମରେ କିଭଳି ହ୍ରାସ କରାଯାଇପାରିବ ସେନେଇ ସଚେତନତା କରାଯିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ତେବେ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ନିଶ୍ଚିତ ରୂପେ ଆଗାମୀ ଦିନମାନଙ୍କରେ ଅନୁଗୋଳ ଜିଲ୍ଲା ତଥା ସାରା ରାଜ୍ୟରେ ଦୁର୍ଘଟଣାରେ ହ୍ରାସ ଘଟାଇବାରେ ସକ୍ଷମ ହୋଇପାରିବା ନେଇ ଆଶା ପ୍ରକଟ କରାଯାଇଛି ।

IEC 2 years
Leave A Reply