ତାଳଚେର ତା ୧୭/୫ ଉତପ୍ତ ତାଳଚେର ନିଜର ମାଟି ଜଙ୍ଗଲ ଚାଷଜମି, ପାଣି, ଖଣିଜ ସମ୍ପଦ ଏବଂ ନିଜର ସ୍ଥାୟୀତ୍ୱକୁ ସମାଜ, ରାଜ୍ୟ ଓ ଦେଶର କଲ୍ୟାଣ ପାଇଁ ଉତ୍ସର୍ଗ କରିଆସିଛନ୍ତି । କୋଇଲା ଖଣି, ବିଦ୍ୟୁତ୍, ପ୍ରସ୍ତାବିତ ଅନେକ ଛୋଟବଡ଼ ସରକାରୀ ଏବଂ ବେସରକାରୀ ଉଦ୍ୟେଗ ଗୁଡ଼ିକ ରାଜ୍ୟ ତଥାକେନ୍ଦ୍ର ସରକାରଙ୍କୁ ହଜାର ହଜାର କୋଟି ଅର୍ଥ ଯୋଗାଇ ଦେଉଛି । ଏହି ତୁଳନାରେ ସରକାରଙ୍କର ବିକାଶ ମୂଳକ ଯୋଜନା ଏଅଂଚଳରେ କରାଯାଉ ନାହିଁ । ପ୍ରଦ୍ୟୁଷଣ ତାଳଚେରର ବାୟୁ ମଣ୍ଡଳକୁ ବିଷାକ୍ତ ଜର୍ଜରିତ କରିସାରିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି । ଓଡ଼ିଶା ସରକାର ଏବଂ ମହାନଦୀ କୋଇଲା କମ୍ପାନୀର ବୁଝାମଣା ଅନୁସାରେ ଏଠାରେ ୫ଶହ କୋଟିଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ମେଡ଼ିକାଲ କଲେଜଟି ଆଜି ପର୍ଯ୍ୟନ୍ତ ପଡ଼ି ରହିଛି ।
ତାଳଚେର ମେଡ଼ିକାଲ କଲେଜ ସଂଘର୍ଷ ସମିତିର ପ୍ରଚେଷ୍ଟା ଅନେକ ଦିନରୁ ଚାଲିଆସିଛି । ବର୍ତମାନ ଏହାକୁ ସରକାର ନିଜେ ହାତକୁ ନେଇ ଚଳାଇବା ପାଇଁ ନିଷ୍ପତି ନେଇଛନ୍ତି ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ତାଳଚେର ମେଡ଼ିକାଲ କଲେଜ ସଂଘର୍ଷ ସମିତିର ଆବାହକ ଶରତ ପ୍ରଧାନଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତତ୍ ସହିତ ଶ୍ରୀ ପ୍ରଧାନ ଓଡ଼ିଶା ସରକାର ତାଳଚେର ଓ ଅନୁଗୋଳବାସୀ ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକର ସାହାଯ୍ୟ ପାଇଁ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ସରକାର ତାଙ୍କର ପ୍ରତିଶ୍ରୁତିକୁ ଯଥାଶିଘ୍ର ସରକାରୀ ଗେଜେଟରେ ଛାପି ଅଥବା ପ୍ରକାଶ କରି କଳେଜର ପ୍ରାରମ୍ଭିକ କାର୍ଯ୍ୟକଳାପ ଆରମ୍ଭ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସରକାରଙ୍କର ଏପ୍ରତିଶ୍ରୁତି ଯେପରି ଏକ ଧୂଆଁବାଣ ନହେଉ ସେଥିପାଇଁ ସେ ସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି । ଅନ୍ୟାନ୍ୟ ପ୍ରକାରରେ ତାଳଚେରର ମେଡ଼ିକାଲ କଲେଜକୁ ଏକ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା, ତାଳଚେରକୁ ସମସ୍ତ ଟ୍ରେନ୍ ଆସିବା, ବିମଳାଗଡ଼ ରେଳଲାଇନ୍କୁ ସମ୍ପର୍ଣ୍ଣ ସମାପ୍ତ, ଏକ ନୂଆଁସ୍କିଲ ଡ଼େଭଲୋମେଂଟ ସେଂଟର୍ ଖୋଲିବା, ଟିଟିପିଏସ୍ ଉଚ୍ଛେଦରେ ୩ଟି ଡ଼ିଏଭି ସ୍କୁଲକୁ ବନ୍ଦ ନକରିବା, ରୁପ୍ ଲାଇନ୍ ଶିଘ୍ର ନିର୍ମାଣ କରିବା ଏବଂ ତାଳଚେର ଜମିହରା ପ୍ରଜାଙ୍କ ଥଇଥାନ ଇତ୍ୟାଦି ଗୁଡ଼ିକ କିଭଳି କାର୍ଯ୍ୟକାରୀ ହେବ ସେ ବିଷୟରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ତାଳଚେର ବ୍ଲକ କଂଗ୍ରେସ୍ ସଭାପତି ତଥା ବରିଷ୍ଠ ଆଇନ୍ଜୀବୀ ଜ୍ଞାନରଞ୍ଜନ ପାଣି, ଡ଼ାକ୍ତର ସାହୁ, ବୀରବର ସାହୁ, ଶ୍ରୀନିବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।