ତାଳଚେର ତା ୧୭/୦୫ ଦୀର୍ଘବର୍ଷ ହେବ ଦାବୀ ହୋଇ ଆସୁଥିବା ତାଳଚେର ଅଂଚଳବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ତାଳଚେରରେ ଦି୍ୱତୀୟ ବ୍ରାହ୍ମଣୀ ବ୍ରିଜ୍ ନିର୍ମାଣ କରିବାକୁ ନେଇ ସରାକରୀ ସ୍ତରରେ ସମସ୍ତ କାର୍ଯ୍ୟ ଶେଷ ଅବସ୍ଥାକୁ ଆସିଛି ।
ତାଳଚେର ସହର ୧ନମ୍ବର ୱାର୍ଡ଼ ଅନ୍ତର୍ଗତ ଅର୍ଜୁନକଟା ପୋଖରୀ ଛକ ନିକଟରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବ୍ରିଜ୍ ନିର୍ମାଣ କରାଯିବ । ଏହି ବ୍ରାହ୍ମଣୀ ବ୍ରିଜ୍ ନିର୍ମାଣ କରାଗଲେ ତାଳଚେର ସହରବାସୀ ଧୂଳିଧୂଆଁ ପ୍ରଦ୍ୟୁଷଣରୁ କେତେକାଂଶରେ ମୁକ୍ତି ପାଇବେ ବୋଲି କୁହାଯାଉଛି । ଦୈନନ୍ଦିନ ୫ହଜାରୁ ଉର୍ଦ୍ଧ୍ୱ କୋଇଲା ବୋଝେଇ ଟ୍ରକ ତାଳଚେର ସହର ମଧ୍ୟଦେଇ ଯାତାୟତ କରିଥାଏ । ଫଳରେ ବ୍ୟାପକ ପ୍ରଦ୍ୟୁଷଣ ସାଙ୍ଗକୁ ସଡ଼କ ଦୁର୍ଘଟଣାରେ ମୃତାହତ ସଂଖ୍ୟା ବୃଦ୍ଧି ପାଇଥାଏ । ଏହି ଟ୍ରକ ଗୁଡ଼ିକ ହେବାକୁ ଥିବା ନୂତନ ବ୍ରିଜ ଉପରେ ଯାଇ ପର୍ଜଙ୍ଗ ଅନ୍ତର୍ଗତ ପିତିରି ଛକ ଠାରେ ଥିବା ସଂଲଗ୍ନ ଜାତୀୟ ରାଜପଥ ବାହାରି ଗନ୍ତବ୍ୟ ସ୍ଥଳରେ ପଂହଚିବେ ।
ଏହା ଫଳରେ ସଡ଼କ ଦୁର୍ଘଟଣା ଓ ପ୍ରଦ୍ୟୁଷଣକୁ କିଛିକାଂଶରେ ଏଡ଼ାଇ ଦିଆଯାଇପାରିବ ବୋଲି କୁହାଯାଉଛି । ପୁନଶ୍ଚ ଏହି ଦ୍ୱିତୀୟ ବ୍ରିଜ୍ ନିର୍ମାଣ କରାଗଲେ କାମାକ୍ଷାନଗର, ଭୂବନ, ସୁକିନ୍ଦା, ଯାଜପୁର ଇତ୍ୟାଦି ଅଂଚଳ ଗୁଡ଼ିକର ଦୂରତା କମିଯିବ । ଅପରପକ୍ଷେ ତାଳଚେର ଏବଂ ପର୍ଜଙ୍ଗ ଗୋଟିଏ ଅଂଚଳରେ ପରିଗଣିତ ହେବେ । ତେବେ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହେବାପରେ ଗତ କାଲି ଢ଼େଙ୍କାନାଳ ସହକାରୀ ଚିଫ୍ ଇଂଞ୍ଜିନିଅର୍ ଅଶୋକ ଗିରି ସମେତ ଏକ ଟିମ୍ ଏହାକୁ ଅନୁଧ୍ୟାନ କରି ନାଲି ପତାକା ପୋତା ଯାଇଥିବା ଦେଖିବାକୁ ମିଳିଛି । ଆହଚରି ମଧ୍ୟ ନିର୍ମାଣ ହେବାକୁ ଥିବା ଷ୍ଟାଡ଼ିୟମ୍ ବୁଲି ଅନୁଧ୍ାୟନ କରିଥିଲେ । ତେବେ ନିକଟରେ ଏହି ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍ ନିର୍ମାଣ କାର୍ଯ୍ୟ ହେବାକୁ ନେଇ ସ୍ପଷ୍ଟ ବରିହୋଇଯାଉଛି ।
