ତାଳଚେର :ତା 15/06:ତାଳଚେର ବ୍ଲକ ବ୍ରଜନାଥପୁର ପଂଚାୟତ ରେ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଆଜି ଗୁରୁବାର ଏମସିଏଲ ତାଳଚେର ଏରିଆ ଜିଏମ ଅରବିନ୍ଦ କୁମାର ସିଂହ ଙ୍କ ସହ ଆଲୋଚନା କରିଛନ୍ତି |ଲୋକଙ୍କୁ ନିରନ୍ତର ପାଣି ଦେବାର ବ୍ୟବସ୍ଥା ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନର, କିନ୍ତୁ ସେମାନେ ଠିକ ଭାବେ ଦାୟିତ୍ୱ ନିର୍ବାହ କରୁନଥିବାରୁ ଲୋକ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଅଂଚଳ ର ସାଂସଦ ଥିବାବେଳେ ଗ୍ରୀଷ୍ମ ଋତୁରେ ଟ୍ୟାଙ୍କର ମାଧ୍ୟମରେ ଜଳ କଷ୍ଟ ଗ୍ରାମକୁ ଜଳ ଯୋଗାଇ ଦିଆ ଯାଉଥିଲା ଏବଂ ସେବେଠାରୁ ଏହା ଚାଲି ଆସିଛି,ଏବଂ ପ୍ରଶାସନ ଏହାକୁ ତଦାରଖ ଠିକ ଭାବେ କରୁ ବୋଲି ଶ୍ରୀ ସାମଲ ଦାବୀ କରିଛନ୍ତି | ତାଳଚେର ବ୍ଲକ ଅଂଚଳ ର ବିଭିନ୍ନ ଗ୍ରାମରେ ଉତ୍କଟ ହେଉଛି ଜଳ ସମସ୍ୟା ବିଶେଷ କରି ଗ୍ରୀଷ୍ମ ଋତୁରେ କୂଅ ପୋଖରୀ ଶୁଖି ଯିବା ହେତୁ ଲୋକ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି |ପ୍ରତିବର୍ଷ ଏମସିଏଲ ତରଫରୁ ଟ୍ୟାଙ୍କର ମାଧ୍ୟମରେ ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଦିଆଯାଇଥାଏ |ତାଳଚେର ବ୍ରଜନାଥପୁର ପଂଚାୟତ ରେ ଅରଖପାଳ, ବ୍ରଜନାଥପୁର, ରାଧାରମଣପୁର, ରଙ୍ଗମାଟିଆ, ରଘୁନାଥପୁର ଗ୍ରାମକୁ ଏମସିଏଲ ତାଳଚେର ଏରିଆ ଜଳ ଯୋଗାଇ ଥାଏ,କିନ୍ତୁ ଚଳିତ ବର୍ଷ ଏହି ଗ୍ରାମ ଗୁଡିକ ରେ ଠିକ ଭାବେ ପାନୀୟ ଜଳ ପହଞ୍ଚୁ ନ ଥିବାରୁ ଲୋକ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇ ସ୍ଥାନୀୟ ସରପଞ୍ଚ ନରେଶ ବେହେରା ଙ୍କୁ ଜଣାଇବା ପରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ସରପଞ୍ଚ କୁ ନେଇ ପାଣି ଯୋଗାଇ ଦେଉଥିବା ଏମସିଏଲ ତାଳଚେର ଏରିଆ ଜିଏମ କୁ ଭେଟି ଆଲୋଚନା କରିଥିଲେ |ଏହା ଉପରେ ତୁରନ୍ତ ତଦାରଖ କରି ସଠିକ ପରିମାଣ ରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଜିଏମ ଶ୍ରୀ ସିଂହ ପ୍ରକାଶ କରିଛନ୍ତି |ଶ୍ରୀ ସାମଲ ଙ୍କ ସହ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ବ୍ରଜନାଥପୁର ସରପଞ୍ଚ ନରେଶ ବେହେରା ଓ ଗ୍ରାମବାସୀ ଉପସ୍ଥିତ ଥିଲେ |