ତାଳଚେରତା ୨୪/୦୫ ମଇ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ତାଳଚେର ଏନଟିପିସି ଟିଟିପିଏସ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇ କଲୋନୀ ପରିଷ୍କାର ପରିଚ୍ଛନ୍ନ, ନାଳନର୍ଦ୍ଦମା ସଫା ରଖିବା, ଅଫିସ୍ ଉପକରଣ ସଜାଇବା, ପାଶ୍ୱର୍ବର୍ତି ଗ୍ରାମ ସଫା ଇତ୍ୟାଦି ଅନ୍ତର୍ଭୂକ୍ତ । ଏହି ଉପଲକ୍ଷେ ଆଜି ସ୍ଥାନୀୟ ଡ଼ିଏଭି ସ୍କୁଲ ଠାରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମର ପଦଯାତ୍ରା କରାଯାଇଥିଲା । କାର୍ଯ୍ୟକ୍ରମରେ ଏନଟିପିସି / ଟିଟିପିଏସର ଇଡ଼ି ଗୌତମ ଦେବ, ସମସ୍ତ ଜିଏମ, ଛାତ୍ରଛାତ୍ରୀ, ସିଆଇଏସଏଫ କର୍ମଚାରୀ, ସାଗରୀକା କ୍ଲବର ମେମ୍ବର ଭାଗନେଇଥିଲେ । କାର୍ଯ୍ୟକ୍ରମରେ ଜେମ୍ ଛାତ୍ରୀମାନେ ଏକ ନ୍ନୁକକଡ଼ ସ୍ୱଚ୍ଛତା ସମ୍ପର୍କରେ ଅଭିନୟକରି ସମସ୍ତଙ୍କୁ ଅଭିଭୂତ କରିଥିଲେ । ଏତଦ୍ ବ୍ୟତୀତ ସ୍ୱଚ୍ଛତା ଉପରେ ରଚନା, ବକ୍ତୃତା, ସ୍ଲୋଗାନ ପ୍ରତିଯୋଗୀତାର ଆୟେଜନ କରାଯାଇ ସ୍ୱଚ୍ଛତା ସମ୍ପର୍କରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ସମସ୍ତଙ୍କୁ ଶପଥପାଠ କରାଇଥିଲେ ।