ତାଳଚେର ତା ୨୧/୦୫ ତାଳଚେର ଟ୍ରକ ମାଲିକ ସଂଘ ପୂର୍ବ ନିଷ୍ପତିକ୍ରମେ ଗତକାଲି ଏହାର ନିର୍ବାଚନ ପ୍ରକ୍ରିୟା ସକାଳ ୮ଘଟିକାରୁ ଅପରାହ୍ଣ ୪ଘଟିକା ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ମୋଟ ଭୋଟର ତାଲିକା ୧,୨୩୬ ରହିଥିବା ବେଳେ ପୋଲିଙ୍ଗ ୯୭୭ ହୋଇଥିବା ସଂଘ ପକ୍ଷରୁ ଜଣାପଡ଼ିଛି । ପ୍ରଚଣ୍ଡ ଖରା ଗୁଳୁଗୁଳିକୁୁ ଖାତିରନକରି ପୁରୁଷ ଓ ମହିଳା ଗାଡ଼ି ମାଲିକ ମାନେ ସେମାନେ ନିଜ ନିଜର ମତଦାନ ସାବ୍ୟସ୍ତ କରିଥିବା ଦେଖାଦେଇଛି । ଆଜି ସାକଳ ୧୦ଘଟିକାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ୮ଟାରେ ସମାପ୍ତ ହୋଇଥିଲା । ନୂତନଭାବେ ନିର୍ବାଚିତ ସଭାପତିଭାବେ ଅରବିନ୍ଦ ଭୂତିଆ, କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ, ସମ୍ପାଦକ ଭାବେ ରତନ କୁମାର ଶତପଥୀ ନିର୍ବାଚିତ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି । ତେବେ ଏହାକୁ ଅଣଆନୁଷ୍ଠାନିକ ଭାବେ ଆଜି ଜଣାପଡ଼ିଥିଲେ ମଧ୍ୟ କାଲି ବିଧିବଦ୍ଧଭାବେ ଘୋଷରା କରାଯିବା ନବନିର୍ବଚିତ କର୍ମକର୍ତାମାନଙ୍କୁ ସ୍ୱାଗତ କରାଯିବ ବୋଲି ସଂଘ ପକ୍ଷରୁ ଜଣାପଡ଼ିଛି ।