ତାଳଚେର ତା ୨୯/୦୪ ତାଳଚେର ସଦରଥାନା ଅନ୍ତର୍ଗତ ସାପ୍ତାହିକ ଶନିହାଟ ଛକ ନିକଟରେ ଟାଟାଏସି ନଂ- ଓଡ଼ି ୩୫ଡ଼ି-୮୬୩୯, ଟ୍ରକ ନଂ-ଓଆର ୧୯ଜି-୮୫୧୩ ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରକର ବିଶେଷ କ୍ଷତି ଘଟିନଥିବା ବେଳେ ଟାଟାଏସି ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । ଏପରିକି, ଚାଳକଙ୍କୁ ଟାଟାଏସରୁ ଗ୍ୟାସକଟର କାଟି ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାରେ ଭର୍ତିକରାଯାଇଥିବା ଜଣାପଡ଼ିଛି ।