Odisha news

ଗାୟତ୍ରୀ ଟ୍ରଷ୍ଟ ତରଫରୁ ନବମିଶ୍ର କଲୋନୀରେ ଜଗନ୍ନାଥଙ୍କ ମୂର୍ତି ନିର୍ମାଣ ପାଇଁ ଖଟଖୁରା ଗ୍ରାମରେ ଦାରୁ ଚୟନ ଓ ପୂଜାର୍ଚ୍ଚନା

0

ତାଳଚେର:-ତାଳଚେର ହାଟତୋଟା ରୋଡ୍ ସ୍ଥିତ ନବ ମିଶ୍ର କଲୋନୀରେ ଗାୟତ୍ରୀ ଟ୍ରଷ୍ଟ ତରଫରୁ ଜଗନ୍ନାଥଙ୍କ ମୂର୍ତି ନିର୍ମାଣ ପାଇଁ ବାଲିଗୋରଡ ଗ୍ରାମରେ ଦାରୁ ଚୟନ କରାଯିବା ସହିତ ପୂଜାର୍ଚ୍ଚନା କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ କଲୋନୀ ମଧ୍ୟରେ ତିନୋଟି ମନ୍ଦିର ଯଥା-ମହାକାଳ, ମା ଗାୟତ୍ରୀ ଓ ପତିତପାବନଙ୍କ ନିର୍ମାଣ କାର୍ଯ୍ୟ କରାଯାଇଅଛି । ଏହି ଅବସରରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ କଲୋନୀ ବାସିନ୍ଦା ଜଗନ୍ନାଥ ମହାପ୍ରଭୂଙ୍କ ଆଜ୍ଞାମାଳ ନେଇ କାମାକ୍ଷାନଗର ଅନ୍ତର୍ଗତ ବାଲିଗୋରଡ ପଂଚାୟତର ଖଟଖୁରା ଗ୍ରାମରେ ପହଂଚି ଜଗନ୍ନାଥଙ୍କ ଦାରୁ ଚୟନ କରାଯାଇଥିଲା । ଗ୍ରାମବାସୀଙ୍କ ସକ୍ରୀୟ ସହଯୋଗରେ ଯଜ୍ଞ ପୂଜାର୍ଚ୍ଚନା କରାଯିବା ସହିତ ମହିଳା ମାନଙ୍କ ଦ୍ୱାରା ସଂକୀର୍ତନ ଏବଂ ପଣ୍ଡିତ ଅରୁଣ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ପୂଜା କାର୍ଯ୍ୟ ଏବଂ ଯଜ୍ଞ ସ୍ଥଳରେ ସଂକୀର୍ତନ ଓ ହରିବୋଲ ଧ୍ୱନୀରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦାରୁ ଦେବତାଙ୍କର ପୂଜନ ଓ ଯଜ୍ଞକର୍ମ ସଂପାଦନ ହୋଇଥିଲା । ବାଲିଗୋରଡ ଗ୍ରାମର ପ୍ରଦୀପ ସ୍ୱାଇଁଙ୍କ ତତ୍ୱାବଧାନରେ ଗାୟତ୍ରୀ ପରିବାରର ସକ୍ରୀୟ ସହଯୋଗରେ  ପୂଜା କାର୍ଯ୍ୟ ଓ ହରିହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply