ତାଳଚେର :ତା 8/4: ତାଳଚେର ସାର ଶକ୍ତି ମଣ୍ଡଳ ର ଗୁରୁଦ୍ୱାର ଠାରେ ବିଜେପି ମହିଳା ମୋର୍ଚ୍ଚା ର ଏକ ଟିମ ରାଜ୍ୟ ମହିଳା ମୋର୍ଚ୍ଚା ନେତ୍ରୀ ବିଜୟ ଲକ୍ଷ୍ମୀ ମହନ୍ତ ଙ୍କ ନେତୃତ୍ୱ ରେ ପହଂଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଗରିବ କଲ୍ୟାଣ ଯୋଜନା ର ଲାଭର୍ଥୀ ଙ୍କ ଙ୍କୁ ଭେଟି ଆଲୋଚନା କରିଛନ୍ତି |ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଉପସ୍ଥିତ ରହି ମୋଦୀ ଶାସନରେ ବିକାଶ ଘରେ ଘରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା କୁ ଗରିବ କଲ୍ୟାଣ ର ପ୍ରୟୋଗଶାଳା କରିଥିବା ବେଳେ ପ୍ରଚୁର ଅର୍ଥ ବ୍ୟବସ୍ଥା କରିଛନ୍ତି ବୋଲି ପ୍ରକାଶ କରିଥିଲେ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଯୋଜନା ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା,ସ୍ୱଚ୍ଛ ଭାରତ ଯୋଜନା, ସୌଭାଗ୍ୟ ଯୋଜନା, ହର ଘର ଜଲ ଜଲ ଜୀବନ ଯୋଜନା, ମୁଦ୍ରା ଲୋନ ଯୋଜନା, ମିଶନ ଶକ୍ତି, ବେଟି ବଚାଓ ବେଟି ପଢ଼ାଓ, ମାତୃ ମଙ୍ଗଳ ଯୋଜନା, ମିଶନ ପୋଷଣ, ମୁଦ୍ରା ଲୋନ ଏଭଳି ବହୁ ଯୋଜନା ମହିଳା ମାନଙ୍କ ଉଧେଶ୍ୟ ରେ କରାଯାଇ ମହିଳା ଙ୍କୁ ସଶକ୍ତ କରାଯାଉଛି ବୋଲି ମହିଳା ମୋର୍ଚ୍ଚା କର୍ମକର୍ତା ମାନେ ଘର ଘର ବୁଲି ଉକ୍ତ ଯୋଜନା ର ହିତାଧିକାରୀ ମାନଙ୍କୁ ବୁଝାଇଥିଲେ ଏବଂ ସେମାନଙ୍କ ସହ ଫୋଟ ଉଠାଇ ଥିଲେ |ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ନରେନ୍ଦ୍ର ସାହୁ, ମହିଳା ମୋର୍ଚ୍ଚା ନେତ୍ରୀ ଶୋଭାଗିନୀ ପ୍ରଧାନ, ମୃଣାଳିନୀ ପଟ୍ଟନାୟକ, ସଂଯୁକ୍ତା ମହାରଣା, ମିଲୀ ପ୍ରଧାନ, ଜସ୍ମିନ ପ୍ରଧାନ, ପ୍ରତିମା ଚୌଧୁରୀ, ରେଖା ଅଗ୍ରୱାଲ,, ହରମୋହନ ମିଶ୍ର, ସନ୍ତୋଷ କୁମାର ମହାଶୂପକାର ଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ |ବିଜେପି ପ୍ରତିଷ୍ଠା ଦିବସ ରୁ ଆରମ୍ଭ ହୋଇଥିବା ମହିଳା ମୋର୍ଚ୍ଚା ର ଏହି କାର୍ଯ୍ୟକ୍ରମ ସମସ୍ତ ଗ୍ରାମକୁ ଗ୍ରାମ ଘର କୁ ଘର ବୁଲି ମୋଦୀ ଯୋଜନା ର ଲାଭର୍ଥୀ ଙ୍କୁ ଭେଟିବେ ବୋଲି ପ୍ରକାଶ |
