ତାଳଚେର ତା ୦୧/୦୪ ତାଳଚେରର ପୂରାତନ ସାଂସ୍କୃତିକ ଅନୁଷ୍ଠାନ ‘ଆମପ୍ରତିଭା ଆମପରିଚୟ’ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ତାଳଚେର ସହର ମଧ୍ୟରେ ଥିବା ସମସ୍ତ ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୁତ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହାପରେ ଦେଉଳବେଡ଼ା ସ୍ଥିତ ଢ଼େଙ୍କାନାଳ ସାସଂଦ ମହେଶ ସାହୁଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଆମପ୍ରତିଭା ଆମପରିଚୟର ସଭାପତି ଇଂ ରମେଶ ଚନ୍ଦ୍ର ବେହେରା, ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତାଭାବେ ପୂର୍ବତନ ପ୍ରଧ୍ୟାପକ ନିମାଇ ଚରଣ ପ୍ରଧାନ ଓ ବିଶିଷ୍ଟ ଅତିଥିଭାବେ ନିର୍ମଳ ଚନ୍ଦ୍ର ସାହୁ, ସମାଜସେବୀ ଜିତେନ୍ଦ୍ର ମହାପାତ୍ର, ନିଳକଣ୍ଠ ବେହେରା, ପୂର୍ବତନ କାଉନସିଲର୍ ପ୍ରକାଶ ସାହୁ ପ୍ରମୁଖ ଯୋଗଦେଇ ଓଡ଼ିଶା ଗଠନରେ ଯେଉଁ ମହାମନିସ୍ ମାନଙ୍କ ତ୍ୟାଗଥିଲା ତାହା ଆଲୋଚନା ଚକ୍ରରେ ପ୍ରକାଶ କରିଥିଲେ । ଭାଷାଭିତିକ ଆନ୍ଦୋଳନରୁ ଆରମ୍ଭ ହୋଇ ରଜ୍ୟେ ଗଠନରେ ପରିଣତ ହୋଇଥିଲା ଓଡ଼ିଶା । ଗୋପବନ୍ଧୁଙ୍କ ଠାରୁ ଆରମ୍ଭ କରି ଗୋଦାବରିଶ, ମଧୁବାବୁଙ୍କ ପର୍ଯ୍ୟନ୍ତ କିଭଳି ନିଜ ସ୍ୱାଭିମାନ ସହିତ ଓଡ଼ିଶା ଜାତିର ଭାଷାଭାବନାକୁ ବିଶ୍ୱରେ ଦରବାରରେ ଶାଣିତ କରିଥିଲେ ଆଲୋଚନା ଚକ୍ରରେ ମୁଖ୍ୟ ପ୍ରସଙ୍ଗଥିଲା । ଜ୍ଞାନରଞ୍ଜନ ସାହୁ, ଧିରେନ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସହିତ ଆଗେଇ ପତ୍ରିକାର ପରିଚାଳନା କମିଟିର ଆବହାକ ରୋହିତ କୁମାର ବେହେରା ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
