ତାଳଚେର ତା୨୨/୦୩ ବ୍ରିଟିଶ ଶାସନ କାଳରୁ ତାଳଚେର ସହରର ଦେଉଳବେଡ଼ା ଅଂଚଳରୁ ଭୂଗର୍ଭରୁ ଅପର୍ଯ୍ୟାପ୍ତ କୋଇଲା ଖନନ କରି ବେଧଡ଼କ ଭାବେ କୋଇଲା ଉତୋଳନ ପରେ ପରବର୍ତି ସମୟରେ ବାଲି ଭର୍ତି କରାଯାଇ ନଥିବାରୁ ଆଜି ସମଗ୍ର ସହର ଠିଆ ହୋଇଛି ଫମ୍ପା ମାଠିଆ ଉପରେ ଓ ଏହାର ସୁରକ୍ଷିତକୁ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ? ଦେଉଳବେଡ଼ା ଓ ଚମ୍ପାପଶି କୋଇଲା ଖଣି କର୍ତୁପକ୍ଷ ଭୂଗର୍ଭରୁ କୋଇଲା କାଢ଼ିନେବା ପରେ ସେହି ଫାଙ୍କା ସ୍ଥାନ ଗୁଡ଼ିକରେ ସମପରିମାଣର ବାଲି ଭର୍ତି କରଯାଇନଥିବାରୁ ତାଳଚେର ସହରରେ ମାଇନ୍ସିସେଫ୍ଟି ଧାନବାଦ୍ ନୋକନଷ୍ଟ୍ରକସନ୍ ଜୋନ୍ (ନୂତନ ଅଟ୍ଟାଳିକାମାନ) ନକରିବାକୁ ଅନୁଗୋଳ ଜିଲ୍ଳା ତାମଡ଼ାକୁ ନିର୍ଦ୍ଦେଶ ଦେଇଥିଲେ ।
ଏସମ୍ପର୍କରେ ଜଟଣୀ ବିଧାୟକ ସୁର ରାଉତରାୟ ବିଧାନସଭାରେ ପ୍ରଶ୍ନସଂଖ୍ୟା ୨୬୨୯ ତା ୨୦/୦୩/୨୦୨୩ରେ ଖଣିମନ୍ତ୍ରୀଙ୍କ ଦଷ୍ଟି ଆକର୍ଷଣ କରିଥିଲେ । ଉସ୍ପାତ ଓ ଖଣିମନ୍ତ୍ରୀ ଅନୁଗ୍ରହ କରି କହିବେ ତାଳଚେର ଦେଉଳବେଡ଼ା କୋଇଲା ଖଣିରୁ କୋଇଲା ଉତ୍ପାଦନ ହେବା ପରେ ଆବଶ୍ୟକ ପରିମାଣର ବାଲି ପୂରଣ ହୋଇନଥିବାରୁ ଗତ ତା ୧୫/୦୧/୨୦୨୦ରିଖରେ ଏବଂ ଏହା ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ମାଟି ଦବିଥିବା ଘଟଣା ଓ ଭୂତଳ ଫମ୍ପା ହେବା ଯୋଗୁଁ ସହରବାସୀଙ୍କ ଧନଜୀବନ ହାନି ଆଶଙ୍କା ଥିବା ସମ୍ପର୍କରେ ଭାରତ ସରକାରଙ୍କ ମାଇନ୍ସସେଫ୍ଟି ଡ଼ାଇରେକ୍ଟର ଜେନେରାଲ ୦୪/୦୧/୨୦୦୭ରିଖ ପତ୍ର ସଂଖ୍ୟା ୨୫୧୮ରେ ରାଜ୍ୟ ସରକାରଙ୍କୁ ଅବଗତି କରିଥିବା ଦୃଷ୍ଟିରୁ ସହରବାସୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ସ୍ଥାନାନ୍ତରିତ କରିବା ନିମନ୍ତେ ବ୍ରାହ୍ମଣୀ ଅଂଚଳ ସୁରକ୍ଷା ପରିଷଦ ଓ ପ୍ରାକ୍ତନ ପାଲହଡ଼ା ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ ରାଜ୍ୟ ସରକାରଙ୍କୁ ଗତମାସରେ ଦେଇଥିବା ପତ୍ର ଉପରେ କି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଉତରରେ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲୀକ ପ୍ରକାଶ କରିଛନ୍ତି କି, ତାଳଚେର ଦେଉଳବେଡ଼ା ଖଣିରୁ କୋଇଲା ଉତୋଳନ ହେବାପରେ ୩,୩୦, ୪୦୦ ଘ.ମି. ବାଲି ପୂରଣ ଆବଶ୍ୟକ ଥିବା ସ୍ଥଳେ ଅଦ୍ୟାବଧି ୧, ୨୮, ୦୨୭ଘ.ମି. ବାଲି ଭର୍ତି କରାଯାଇଛି ।
ପ୍ରଜା ଜମି ଓ ଜବରଦଖଲ ଥିବା ସରକାରୀ ଜମିରେ ଡ଼୍ରିଲ (ଗାତ) କରି ବାଲିପୂରଣ ନିମନ୍ତେ ଅବରୋଧ କରୁଥିବାରୁ ୧, ୦୦, ୯୬୦ ଘ.ମି ବାଲି ଭର୍ତି କରିବା ଏମସିଏଲ ପକ୍ଷେ କଷ୍ଟସାଧ୍ୟ ହୋଇଥିବା ସ୍ଥଳେ ଅବଶିଷ୍ଟ ୧, ୦୧, ୪୧୩ ଘ.ମି ବାଲି ଭର୍ତି କରିବାକୁ ଏମସିଏଲ କାର୍ଯ୍ୟ କାରି ରଖିଛି । ନୂତନ ଜ୍ଞାନକୌଶଳ ମାଧ୍ୟମରେ ବାଲି ଭର୍ତି କରାଯାଇ କିପରି ମାଟିର ସାମର୍ଥ୍ୟ ଓ ଦୃଢ଼ତାକୁ ଠିକ ସମୟରେ ବଜାର ରଖାଯାଇ ପାରିବ ଖଣି କର୍ତୁପକ୍ଷ ଏକ ସାଇଂଟିିଫିକ୍ ଏଜେନ୍ସି (ସେଟ୍ରାଂଲ ଷ୍ଟେଟ୍ଅଫ୍ ମାଇନିଙ୍ଗ ଏବଂ ଫୁଏଲ ରିର୍ସଚ୍ଚ ଧାନବାଦ)କୁ ନିୟୋଜିତ କରିଛନ୍ତି ଓ ରିପୋର୍ଟ ପ୍ରଦାନ ପରେ ସେହି ଅନୁସାରେ ଏହାକୁ ଏମସିଏଲ କର୍ତୁପକ୍ଷ ପ୍ରଜାମାନଙ୍କର ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟକାରୀ କରିବେ । ଆବଶ୍ୟକ ପରିମାଣର ବାଲି ପୂରଣ ହୋଇନଥିବାରୁ ଗତ ତା ୧୫/୦୧/୨୦୨୦ରିଖରେ ଏବଂ ଏହା ପୂର୍ବରୁ ସହରର ଭିନ୍ନଭିନ୍ନ ସ୍ଥାନରେ ମାଟିଦବିଥିବା ଘଟଣା ଓ ଭୂତଳ ଫମ୍ପା ହେବା ଯୋଗୁଁ ସହରବାସୀଙ୍କ ଧନଜୀବନ ହାନୀ ଆଶଙ୍କା ଥିବା ସମ୍ପର୍କରେ ଭାରତ ସରକାରଙ୍କ ମାଇନ୍ସିସେଫ୍ଟି ଡ଼ାଇରେକ୍ଟର ଜେନେରାଲ ତା ୦୪/୦୧/୨୦୦୭ରିଖ ପତ୍ର ସଂଖ୍ୟା ୨୫୧୮ରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ଦୃଷ୍ଟିରୁ ସହରବାସୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରାକ୍ତନ ବିଧାୟକ ଶ୍ରୀ ଦାସ ରାଜ୍ୟ ସରକାରଙ୍କୁ ଗତମାସରେ ଦେଇଥିବା ପତ୍ର ବିଚରାଧିନ ରହିଛି । ତେବେ ତାଳଚେର ଭୂକମ୍ପପ୍ରବଣ ଭାବେ ଚିତ୍ରିତ ହୋଇଥିଲେ ମଧ୍ୟ ତାଳଚେରବାସୀ ଆଜି କେତେ ସୁରକ୍ଷିତ ଏହାକୁ ନେଇ ଉଠିଛି ପ୍ରଶ୍ନ?
