Odisha news

୨୦ଗ୍ରାମ ବ୍ରାଉନସୁଗାର ଜବତ, ୨ଗିରଫ ଆନୁମାନିକ ମୂଲ୍ୟ ୭ଲକ୍ଷ

0

ତାଳଚେର ତା ୨୧/୦୩ ତାଳଚେର ଥାନା ଅନ୍ତର୍ଗତ ଅଙ୍ଗାରୁଆ ନିକଟରେ ପୋଲିସ୍ ଚଢ଼ଉକରି ୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଏବଂ ଅଭିଯୁକ୍ତ ଠାରୁ ୨୪ହଜାର ଟଙ୍କା ଜବତ ହୋଇଛି । ଏହି ଘଟଣାରେ ୨ଜଣଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ସୋମାବାର ସକାଳେ ଅଙ୍ଗାରୁଆ ନିକଟରେ ବ୍ରାଉନସୁଗାର ବିକ୍ରିବଟା ହେଉଥିବା ସୂଚନା ପାଇଁ ପୋଲିସ୍ ଚଢ଼ାଉ କରିଥିଲା । ହାଟନିକଟରେ ରହୁଥିବା ଯଦୁ ବେହେରା (୪୮)ଙ୍କ ଠାରୁ ରେମୁଁଆ ଅଂଚଳର ବିକୁ ଓରଫ ବରାଜମୋହନ ପଟ୍ଟନାୟକ (୨୯) ଏହି ନିଶା ସାମଗ୍ରୀ କିଣୁଥିବା ବେଳେ ପୋଲିସ୍ ଟିମ ଉଭୟଙ୍କୁ କାବୁ କରି ନେଇଥିଲା । ନୟାଗଡ଼ଜିଲ୍ଳାର ରଣପୁର ଥାନା ଅର୍ନ୍ତଗତ ଚମ୍ପାପେଡ଼ି ଅଂଚଳର ଯଦୁ ଏଠାରେ ଦୀର୍ଘବର୍ଷ ହେଲା ରହି ବ୍ରାଉନସୁଗାର କାରବାର ଚଳାଇ ଆସୁଲା ବୋଲି ପୋଲିସ୍ ଅନୁମାନ କରିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ରାଉନସୁଗାର କାରବାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତଦନ୍ତ ଚଳାଇଛି ପୋଲିସ୍ । ତାଳଚେର ଥାନା ଆଇଆଇସି ଶ୍ରୀନିବାସ ସେଠୀଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ଚଢ଼ାଉ କରିଥିଲା । ଏହି ଧଳାଜହରର ଆନୁମାନିକ ମୂଲ୍ୟ ୭ଲକ୍ଷ ବୋଲି କୁହାଯାଉଛି ।

Nalco
Leave A Reply