Odisha news

ଜିଲ୍ଳା ମାନ୍ୟତା ଦାବିରେ ତାଳଚେରରୁ -ରାଜଧାନୀ

0

ତାଳଚେର : ଦୀର୍ଘ ୭୭ ଦିନ ତାଳଚେର ଉପଜିଲ୍ଳାପାଳ କାର୍ଯ୍ୟାଳୟରେ ତାଳଚେରକୁ ଜିଲ୍ଳା ମାନ୍ୟତା ଦାବିରେ ଶାନ୍ତିପୂର୍ଣ୍ଣଭାବେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦେବାପରେ ଏହାର ସୁଫଳ ନମିଳିବାରୁ ଗତକାଲି ଜିଲ୍ଲାମାନ୍ୟତା ଦାବିରେ ଲୋୟର୍ ପିଏମଜି ଛକ ଠାରେ ଶାନ୍ତିପୂର୍ଣ୍ଣଭାବେ ଗଣଧାରଣା ଦିଆଯାଇଥିଲା । ୧୧ଜଣିଆ କମିଟିଙ୍କ ତତ୍ୱାବଧାନରେ ବିଧାନସଭାକୁ ଆଖି ଆଗରେ ରଖି ଲୋୟର୍ ପିଏମଜି ଛକ ଠାରେ ଶତାଧିକ ଅଂଚଳବାସୀଙ୍କୁ ନେଇ ଏହି ଧାରଣା ଦିଆଯାଇଥିଲା । ତେବେ ତାଳଚେର ସମସ୍ତ ଭିତିଭୂମି ପୂରଣ କରୁଥିବା, ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ଓ ତତ୍ ସହିତ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟାନୟକ ତାଳଚେର ଗସ୍ତରେ ଆସିଥିବା ବେଳେ ତାଳଚେରବାସୀଙ୍କ ପକ୍ଷରୁ ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି କରିଥିଲେ ।

ଏହି ଦାବିକୁ ଦୃଷ୍ଟିରେ ରଖି ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଦି ଅଗାମୀ ଦିନରେ ନୂତନ ଜିଲ୍ଳା ଗଠନ କରାଯାଏ ତେବେ ତାଳଚେରକୁ ୩୧ନମ୍ବର ଜିଲ୍ଳାଭାବେ ଘୋଷଣା କରାଯିବ ଏବଂ ସେହି ସମୟରେ ତାଳଚେରରେ ଉଠିଥିବା ଜିଲ୍ଳା ଆନ୍ଦୋଳନ ସ୍ୱର ସ୍ଥଗିତ ରହିଲା । ତେବେ ବିଜୁବାବୁଙ୍କ ସୁପୁତ୍ର ବର୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଯେ, ପଦ୍ମପୁର ଉପନିର୍ବାଚନ ସମୟରେ ପଦ୍ମପୁରକୁ ଜିଲ୍ଳା କରିବା ପାଇଁ ପ୍ରକାଶ କରିଥିବା ବେଳେ ବହୁବିଧ ସମସ୍ୟା ବହୁଳ ଶିଳ୍ପନଗରୀ ତାଳଚେରକୁ ଜିଲ୍ଳା ମାନ୍ୟତା ନେଇ ଉପେକ୍ଷା କରୁଛନ୍ତି, ଏହାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ? ଯଦି ଏହାକୁ ତୁରନ୍ତ ଜିଲ୍ଳା ଘୋଷଣା ନକରାଯାଏ ତେବେ ଆଗାମୀ ଦିନରେ ତାଳଚେର, ପର୍ଜଙ୍ଗ, ପାଲହଡ଼ା ଅଂଚଳବାସୀ ଏହାର ଉଚିତ ଜବାବ ଦେବେ ବୋଲି ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।

ତେବେ ରାଜଧାନୀ ଲୋୟର୍ ପିଏମଜି ଛକରେ ଏହି ଶାନ୍ତିପୂର୍ଣ୍ଣ ଗଣଧାରଣରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ଚୈତନ୍ୟ ପ୍ରଧାନ, ସମ୍ପାଦକ ବିଭୂତି ରଞ୍ଜନ ପଟ୍ଟନାୟକ, ଦିଗାମ୍ବର ଗଡ଼ନାୟକ, କେଶବ ଭୂତିଆ,  ଭୂପେନ ଥମ୍ବ, ବରିଷ୍ଠ ଆଇନ୍‌ଜୀବୀ ଉଚ୍ଛବ ପଟ୍ଟନାୟକ, ବାଉରୀବନ୍ଧୁ ବେଜ, ପଦ୍ମଚରଣ ସାମଲ, ବିଭୂତି ସାହୁ, ସୁବୋଧ ପାଣି, ପ୍ରଦୀପ୍ ସାମନ୍ତରାୟ, ସୌଭାଗିନୀ ଦାସ, ସୁଶ୍ରୀ ବେହେରା, ଏସ୍‌. କୁମାର, ପ୍ରଦେଶ କଂଗ୍ରେସ୍ ଉପସଭାପତି ଶିବାନନ୍ଦ ରାୟ, ମୋ ତାଳଚେରର ଉପଦେଷ୍ଟା ଦେବୀ ପ୍ରସାଦ ପୃଷ୍ଟି ଓ ତାଳଚେର ଗଣମାଧ୍ୟମ ପ୍ରତିନିଧି ମନୋଜ ଶତପଥୀ, ରବିନ୍ଦ୍ର ସେଠ, ଦେବ୍ରେନ୍ଦ୍ର ସାହୁ, ପ୍ରଦୀପ ମହାରଣା, ଅନୁରାଗ ଆଚାର୍ଯ୍ୟ, ବିଜୟ ମହାରଣା, ଆଦିତ୍ୟ ସାହୁ ଓ ସାତାଧିକ ଅଂଚଳବାସୀ ଉପସ୍ଥିତ ଥିଲେ । ତେବେ ତାଳଚେରବାସୀଙ୍କ ଦୃଢ଼ ଦାବିପରେ ସରକାର ନୂତନ ଜିଲ୍ଳା ପାଇଁ ଏକ କମିଟି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟଶାସନ ସଚ୍ଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ସଚ୍ଚିବଙ୍କୁ ନେଇ ଏକ ସଚ୍ଚିବ ସ୍ତରୀୟ କମିଟି ଗଠନ ହୋଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପାଙ୍କ ଅଧୁରା ସ୍ୱପ୍ନକୁ ସାକାର କରୁଥିବା ବେଳେ ତାଙ୍କର ପିତା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଳଚେରବାସୀଙ୍କୁ ଦେଇଥିବା କଥାକୁ କାର୍ଯ୍ୟରେ ସାକାର କରନ୍ତୁ ବୋଲି ତାଳଚେର ଅଂଚଳବାସୀ ଏହା ପ୍ରକାଶ କରିଛନ୍ତି ।

Nalco
Leave A Reply