ତାଳଚେର ତା ୧୯/୦୨ ତାଳଚେର ପୌରପରିଷଦ ରେମୁଁଆ ସ୍ଥିତ ବାସଭବନରେ ଶ୍ରମିକନେତା, ସାହିତ୍ୟିକ ତଥା ସ୍ତମ୍ଭକାର ବ୍ରହ୍ମଶାଙ୍କର ମିଶ୍ରଙ୍କ ଆଜି ସକାଳ୧୧.୩୦ମି. ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ (୭୮) ବର୍ଷ ହୋଇଥିଲା ଓ ସେ ବହୁ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ଦୀର୍ଘବର୍ଷ ହେବ ଏମସିଏଲରେ ଚାକିରୀ କରିବା ସହ ଶ୍ରମିକ ନେତାଭାବେ ପରିଚିତ ଥିଲେ । ଏହି ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଥିବା ସହ ତାଳଚେର ମାଟିର ପୁଅ କେନ୍ଦ୍ରଶିକ୍ଷା ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ ଶୋକବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେହିଭଳି ଶ୍ରୀ ମିଶ୍ରଙ୍କ ପରଲୋକ ଘଟଣା ପ୍ରଚାରିତ ହେବାପରେ ତାଙ୍କ ବାସଭବନକୁ ବିଭିନ୍ନ ମହଲରୁ ସୂଅ ଛୁଟିଥିଲା ।
