Odisha news

ସରକାରୀ ନିୟମକୁ ଉଲଘଂନ : ବିପଦ ସଙ୍କୁଳରେ ଜୀବନ ଯାତ୍ରା

0

ତାଳଚେର ତା ୧୪/୦୨ ବାଜିରେ ଲାଗିଛି ଜୀବନ, ପରିବାର ପ୍ରତିପୋଷଣ ପେଟପାଟଣା ଆଗରେ ହାରମାନିଛି ଡ଼ରଭୟ! ଏକୌଣସି ପର୍ଯ୍ୟଟନ ସ୍ଥଳ ନୁହଁ ଯେଉଁଠି ପର୍ଯ୍ୟଟକ ପ୍ରାକୃତିକ ପରିବେଶର ଭରପୁର ମଜା ଉଠାଇଥାନ୍ତି ଜଳଯାତ୍ରାର । କାହା ପାଇଁ ଏହା ମଜା ହୋଇପାରେ କିନ୍ତୁ ସଜା ଭୋଗୁଛନ୍ତି ସ୍ଥାନୀୟ ବାସୀନ୍ଦା । ଏହୃଦୟ ବିଦାରକ ଦୃଶ୍ୟ କୌଣସି ଉପାନ୍ତ ଅଂଚଳର ନୁହେଁ, ଏହେଉଛି ଖୋଦ୍ କଳାହୀରାର ସହର । ତାଳଚେର ସବଡ଼ିଭିଜନ୍ କଣିହଁ ବ୍ଲକ ଅନ୍ତର୍ଗତ ଗଦାଶିଳା ପଂଚାୟତର ଶଗଡ଼ିପାଳ, ଗୁରୁବାହାଳ, ଚିନ୍ତାମଣିପୁର ଗ୍ରାମବସୀଙ୍କ ପ୍ରଚ୍ଛଦ କାହାଣୀ ବା ବାସ୍ତବିକତା ହେଲା ଆମ ସ୍ଥାନୀୟ ନେତାଙ୍କ ପାରିବା ପଣିଆ । ସବୁଠାରୁ ଅଧିକ ସମସ୍ୟା ଓ ସାଘାଂତିକ ପରିସ୍ଥିତି ଦେଇ ଗତିକରନ୍ତି ରୋଗୀ ଏବଂ ଗର୍ଭବତୀ ମହିଳା । ଖରା, ବର୍ଷା, ଶୀତ ଦିନରାତି ଆରୋଗ୍ୟ ପାଇଁ ହେଉ ଅବା ପ୍ରସବ ବେଦନା ମୁକ୍ତି ପାଇବାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବାକୁ ଏକମାତ୍ର ବିକଳ୍ପ ହୁଲିଡ଼ଙ୍ଗା ।

ସରକାର ବିକାଶ କ୍ଷେତ୍ରରେ ଅଧୁରା ସ୍ୱପ୍ନ ରୁପାୟନ କରିବାରେ ଗାଁ ଠୁ ସହର ୪ଆଡ଼େ ଶିଳ୍ପାୟନ କରିଦେଲେ ମା’କୁ ସମ୍ମାନ ଗାଁକୁ କାମ ଦେଇ ସମସ୍ତଙ୍କ ମୁହଁରେ ହସ ଫୁଟାଇବା କରୁଥିବା ପ୍ରଚାର ତାଳଚେର ଅଂଚଳରେ ଏହା ମିଥ୍ୟା ପ୍ରମାଣିତ ହୋଇଛି । ସ୍ୱାଧୀନତା ୭୬ବର୍ଷ ପରେ ବି ଗାଁ ଠୁ ସହର ଅସୁରକ୍ଷିତ ଜୀବନ, ନିଜ ଭବିଷ୍ୟତ ପୀଢ଼ିଙ୍କ ପାଇଁ ଏଇ ସ୍ୱପ୍ନ ଏପ୍ରକାର ମୌଳିକ ସୁବିଧା, ଏଇ ଦିନ ଦେଖିବାକୁ କ’ଣ ପବିତ୍ର ବାବୁ ସମିତି ତାଳଚେର ଅନେକ ବୀରପୁରୁଷ ବଳୀଦାନ ଦେଇଥିଲେ ବୋଲିି ଆଜି ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ତାଳଚେରରୁ ଏତେ ମାତ୍ରାରେ ରାଜସ୍ୱ ନେଲାପରେ ତାଳଚେର ପ୍ରତି ବୈମାତୃକ ପୋଷଣ କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କାହିଁକି ଆଜି ତାଳଚେର ବିକାଶ ଠାରୁ ବହୁ ଦୂରରେ ରହିଛି । ଏହା ଏକ ଉଦବେଗ ଜନକ ବିଷୟ । ଯେବେ ଠାରୁ ତାଳଚେର କଳାହୀରା ସହରର ମୁକୁଟ ପିନ୍ଧିଛି ସେବେ ଠାରୁ ଆଜି ପର୍ଯ୍ୟନ୍ତ ମୌଳିକ ସମସ୍ୟାକୁ ନେଇ କୌଣସି ଲୋକପ୍ରତିନିଧି ଲୋକସଭା, ବିଧାନସଭାରେ ଉପଯୁକ୍ତ ଫରମରେ କେବେ ଉପସ୍ଥାପନ କରି ନାହାନ୍ତି ବୋଲି କୁହାଯାଉଛି ।

ସରକାରଙ୍କ ପାଖରେ ତାଳଚେର ଅଣଦେଖା ହୋଇ ରହିଗଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏସବୁ ଗ୍ରାମ ଗୁଡ଼ିକ ଯାତାୟତ କରିବା ନେଇ ସିଏସଆର ଅର୍ଥ ବିନିଯୋଗରେ କରେଡ଼େଇ ନିକଟରେ ଏକ ବ୍ରିଜ ଅଧାଗଢ଼ା ଅବସ୍ଥାରେ ଦିର୍ଘବର୍ଷ ପଡ଼ି ରହିଥିବାରୁ ଏହି ଅଂଚଳବାସି ଏହି ଦଶା ଭୋଗୁଛନ୍ତି । ବ୍ରାହ୍ମଣୀ ନଦୀର ଗଭୀର ଜଳରେ ବିପଦପୂର୍ଣ୍ଣ ହୁଲି ଡ଼ଙ୍ଗା ମାଧ୍ୟମରେ ଯାତାୟତ କରିଥାନ୍ତି । ତେବେ ଏହି ବ୍ରିଜଟି ନିର୍ମାଣ କାର୍ଯ୍ୟ କେବେ ସରିବ ତାକୁ ନେଇ ଅଂଚଳବାସୀ ଉଠାଇଛନ୍ତି ପ୍ରଶ୍ନ?

Nalco
Leave A Reply