Odisha news

ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

0

ତାଳଚେର ତା ୧୩/୦୭ ସମଲ ଅଂଚଳର ଛଅଟି ଗ୍ରାମ ବୁଡି ଅଂଚଳର ସମସ୍ୟାକୁ ନେଇ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ବୁଡି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ସଂଘ ପକ୍ଷରୁ ଆସିଥିଲେ । କିନ୍ତୁ କାର୍ଯ୍ୟାଳୟରେ କେହି ଉପସ୍ଥିତ ନଥିଲେ । ଏହା ସହିତ ଆସନ୍ତା ଆର.ଆର.ସି. ବୈଠକରେ ସଂଘକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ସରକାରଙ୍କ ନିୟମ ଅନୁଯାଇ ସଂଘର ଦୁଇ ଜଣ ସଦସ୍ୟ ଓ ପ୍ରତ୍ୟେକ ଗ୍ରାମରୁ ଜଣେ ସଦସ୍ୟ ଉପସ୍ଥିତ ରହିବା କଥା । କିନ୍ତୁ ଦୁଃଖର ବିଷୟ ବାଘୁଆବୋଲ ସ୍ଥିତ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଘକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଯଦି ଆଗାମୀ ୧୭ ତାରିଖରେ ଅନୁଗୋଳ ଠାରେ ହେବାକୁ ଥିବା ଆର.ଆର.ସି. ବୈଠକରେ ସଂଘକୁ ଅନ୍ତର୍ଭୁକ୍ତ କରାନଯାଏ ତେବେ ଦୁଇ ହଜାରରୁ ଉର୍ଦ୍ଧ୍ୱ କ୍ଷତିଗ୍ରସ୍ତ ପ୍ରଜା ଉପସ୍ଥିତ ରହି ଆତ୍ମହୁତି ଦେବୁ ବୋଲି ସଂଘର ସଭାପତି ବିରଂଚି ନାରାୟଣ ସାହୁ ଓ ଆବାହକ ସୁବ୍ରତ ଗଡନାୟକ ଦାବୀପତ୍ରରେ ଚେତାବନୀ ଦେଇଛନ୍ତି ।

Nalco
Leave A Reply