Odisha news

ବନ୍ତୋଲ ଳେଫାଟକ ଠାରୁ ଜଗନ୍ନାଥପୁର ଦେଇ କେନ୍ଦୁପଲ୍ଲୀ ବ୍ରିଜ୍ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ କେବେ?

0

ତାଳଚେର ତା ୦୫/୦୨ ଭାରତର ବୃହତମ ଏନଟିପିସି/ଟିଟିପିଏସ୍ ପାୱାର ପ୍ଲାଂଟରୁ ଉଭୟ ସରକାର ପ୍ରଚୁର ରାଜସ୍ୱ ନେଉଥିବା ବେଳେ ଓ ଏହି ପ୍ଲାଟ ଗୁଡ଼ିକ ବାହାରକୁ ବିଦ୍ୟୁତ୍ ବିତରଣ କରି କୋଟିକୋଟି ଟଙ୍କା ରୋଜଗାର କରୁଥିବା ବେଳେ ବନ୍ତୋଲ ରେଳଫାଟକ ଠାରୁ ଜଗନ୍ନାଥପୁର ଦେଇ କେନ୍ଦୁପଲ୍ଲୀ ବ୍ରିଜ୍ ପର୍ଯ୍ୟନ୍ତ ଏକମାତ୍ର ସେହି ଅଂଚଳର ଅନୁଗୋଳ ଜିଲ୍ଳାକୁ ସଂଯୋଗ କରୁଥିବା ରାସ୍ତାଟି ଖାଲଖମଣ ଯୋଗୁଁ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଫଳରେ ଏହି ରାସ୍ତାଦେଇ ଗାଡ଼ିମଟର ଯିବାତ ଦୂରକଥା ଚାଲି ଚାଲି ଯିବା କଷ୍ଟକର ହୋଇପଡ଼ିଛି । ଏହି ରାସ୍ତା ପ୍ରତି କାହାର ହେଲେ ସାମାନ୍ୟତମ ଦୃଷ୍ଟି ପଡ଼ୁନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଏହି ରାସ୍ତାଟି କିଛି ଜଗନ୍ନାଥପୁର ପଂଚାୟତର ହୋଇଥିବା ବେଳେ ଆଉ କିଛି ଏନଟିପିସି/ଟିଟିପିଏସ୍‌ର ଅଧିନସ୍ଥ ଥିବା କୁହାଯାଉଛି । ଏହି ରାସ୍ତା ଉପରେ ବନ୍ତୋଲ, ଜଗନ୍ନାଥପୁର ଏପରିକି, ତାଳଚେର ଅଂଚଳରବାସୀ ନିର୍ଭର କରିଥାନ୍ତି । ଉଭୟ ପଂଚାୟତରୁ ଲୋକ ତାଳଚେର ଉପଜିଲ୍ଳାପାଳ, ସରକାରୀ ଡ଼ାକ୍ତରଖାନା, ରେଲୱେଷ୍ଟେସନ୍ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଭିନ୍ନ ଭିନ୍ନ କାମ ନେଇ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ମାତ୍ର ଉକ୍ତ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଯାତାୟତ ଏକ ରକମ ଠପ୍ ହୋଇ ଯାଇଛି ଏବଂ ସେହି ଅଂଚଳବାସୀଙ୍କ ମଧ୍ୟରେ ତୀବ୍ରଅସନ୍ତୋଷ ପ୍ରକାଶ ପାଇଛି । ତତ୍ ସହିତ ଦୀପତଳ ଅନ୍ଧାର ଥିଲାଭଳି ଏହି ରାସ୍ତାର ଉଭୟପାଶ୍ୱର୍ରେ ଆଲୋକୀକରଣ ନଥିବାରୁ ରାତ୍ରୀ ସମୟରେ ଯାତାୟତ କରିବା ଲୋକମାନେ ଉଚିତ ମଣୁନାହାନ୍ତି । ଏଥିନେଇ ଉଭୟ ଗ୍ରାମର ସରପଂଚ ସ୍ଥାନୀୟ ପ୍ରଶାସନ, ଏନଟିପିସି / ଟିଟିପିଏସ୍‌କୁ ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ! ତେଣୁ ଯୁଦ୍ଧକାଳୀନ ମଧ୍ୟରେ ଏହି ରାସ୍ତା ନିର୍ମାଣ ସହିତ ରାସ୍ତାର ଉଭୟପାଶ୍ୱର୍ରେ ଆଲୋକୀକରଣ ପାଇଁ ଦାବୀ ହେଉଛି ।

Nalco
Leave A Reply