ତାଳଚେର ତା ୩୦/୦୧ ତାଳଚେର ଅଂଚଳର କବୟତ୍ରୀ ଦିପ୍ତୀରାଣୀ ସିଂହଙ୍କୁ ଶିକ୍ଷା ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି । କଟକ ବଖରାବାଦସ୍ଥିତ ଗାନ୍ଧୀଭବନ ପରିସରରେ କୈବଲ୍ୟ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ସମ୍ମିଳନୀରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ.ସଂଗ୍ରାମ କେଶରୀ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଓଡିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଡି.ପି.ଚୌଧୁରୀ, ମୁଖ୍ୟ ବକ୍ତା ଭାବରେ ପ୍ରତିମାରାଣୀ ମିଶ୍ର ଷଡଙ୍ଗୀ,ସମ୍ମାନୀତ ଅତିଥି ଭାବରେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲଲାତେନ୍ଦୁ ମହାପାତ୍ର,ଡଃ.ଲକ୍ଷ୍ମଣ ସାହୁ,ଡଃ.ବିରଂଚି ସାହୁ, ଡଃ.ଅନିରୁଦ୍ଧ କୁରୁକୁରିଆ, ପଣ୍ଡିତ ନୀଳକଣ୍ଠ ରାଉତ, ଡଃ.ଦିପାୟନ ପଟ୍ଟନାୟକ, ବିଶ୍ୱଜିତ ତ୍ସୂର୍ଯ୍ୟବଂଶୀ ପ୍ରମୁଖ ମଂଚାସୀନ ହୋଇଥିଲେ । ଶିକ୍ଷା, ସାହିତ୍ୟ ତଥା ସାଂଗଠନିକ ଦକ୍ଷତା ଯୋଗୁଁ କବୟତ୍ରୀ ଶ୍ରୀମତୀ ସିଂହଙ୍କୁ ମୁଖ୍ୟ ଅତିଥି ଉତରୀୟ,ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ । ତାଳଚେରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ନବୋଦୟ ସାହିତ୍ୟର ପରିଭାଷା ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦିକା ଭାବରେ ଶ୍ରୀମତୀ ସିଂହ କାର୍ଯ୍ୟ କରୁଥିବା ବେଳେ ଜଣେ ପ୍ରତିଭାବାନ୍ କବୟତ୍ରୀ ଭାବରେ ସେ ବିଭିନ୍ନ ଅନୁଷ୍ଠାନରୁ ବହୁ ପୁରସ୍କାର ଲାଭ କରିସାରିଛନ୍ତି । ଶ୍ରୀମତୀ ସିଂହଙ୍କର ଏଭଳି ସଫଳତା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
