ତାଳଚେର ତା-୨୪/୦୧ ତାଳଚେର ବ୍ଲକ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ କଳମଛୁଇଁ ଡାକ୍ତରଖାନାର ଡାକ୍ତର ଭାଗ୍ୟଲକ୍ଷ୍ମୀ ଷଡଙ୍ଗୀ ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ଜାତୀୟ ବାଳିକା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହାସହିତ ସମାଜରେ ଲିଙ୍ଗଗତ ଅସମାନତା,ବାଲ୍ୟ ବିବାହ ଆଦି ବଢୁଥିବାରୁ ଏହାକୁ ସମସ୍ତେ ବିରୋଧ କରିବା ସହ ବାଳିକାମାନେ କିପରି ଆତ୍ମନିର୍ଭରଶୀଳ,ସଶକ୍ତିକରଣ ହୋଇପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହାସହିତ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କଳମଛୁଇଁ ଗ୍ରାମରେ ଏକ ଜନସଚେତନ ର୍ୟାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରୀମାନେ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସମଗ୍ର ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ୍ ନର୍ସ ସୀମା ସାହୁ,କର୍ମଚାରୀ ପ୍ରକାଶ ଚନ୍ଦ୍ର ସାହୁ,ବୁବୁନା ବାରିକ,ଆଶାକର୍ମୀ କୁମୁଦିନୀ ଦାସଙ୍କ ସମେତ କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସରିତା ପ୍ରଧାନ,ମୀନାରାଣୀ ଭୂତିଆ,କୁନିଲତା ଦାସ,ବବିତା ପଟ୍ଟନାୟକ,ମମତା ମିଶ୍ର,ନିରାକର ବାରିକ,ନନ୍ଦିନୀ ସ୍ୱାଇଁ,ଉଗ୍ରସେନ ନାୟକ,ସତ୍ୟପ୍ରକାଶ ସାହୁ,ଆଶିଷ କୁମାର ଦାସ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଜାନୁଆରୀ ମାସ ୨୪ ତାରିଖରେ ଜାତୀୟ ବାଳିକା ଦିବସ ପାଳନ କରାଯାଇଥାଏ ।
