ତାଳଚେର ତା ୨୪/୦୧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତାଳଚେରରେ ଏକବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥିଭାବେ ତାଳଚେର ଗୋଷ୍ଠୀ ଶିକ୍ଷାଧିକାରୀ ଖଗେଶ୍ୱର ବେହେରା ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନାଲକୋ ନଗରର ସମ୍ପାଦକ ପ୍ରଭାତ କୁମାର ଧର ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଦୁଃଶାସନ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ସଭାପତି ବିପିନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ଦିବା ପର୍ଯ୍ୟାୟ ପ୍ରମୁଖ ନିରୁପମା ମହାନ୍ତି ମଂଚପରିଚାଳନା କରିଥିଲେ । ଏଥିରେ ଭାରତୀୟ ସଂସ୍କୃତି ଆଧାରିତ କାର୍ଯ୍ୟକ୍ରମ ଭାରତର ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ଗୁରୁଜୀ, ଗୁରୁମା, ସେବକ, ସେବିକା, ବାହାନଚାଳକ ସହାୟକ ଓ ଶୂଭେଚ୍ଛୁ ମାନଙ୍କ ସହଯୋଗରେ ଉତ୍ସବଟି ସୁନ୍ଦରସରସ ଓ ମନୋରମ ହୋଇଥିଲା ।
