Odisha news

ଦୁଇ ଚୋରା କୋଇଲା ବୋଝେଇ ହାଇୱା ଜବତ : ୫ଗିରଫ

0

ତାଳଚେର ତା-୨୪/୦୧ ଗତକାଲି ବିଳମ୍ବିତ ରାତ୍ରୀରେ ଦୁଇଟି ଚୋରା କୋଇଲା ବୋଝଇ ହାଇୱା ସମେତ ସମ୍ପୃକ୍ତ ଚୋରା କୋଇଲା ଚାଲାଣ ଅଭିଯୋଗରେ ୫ଜଣଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ତାଳଚେର ସଦରଥାନାରୁ ମାତ୍ର ୪କିମି ଦୂରତାରେ ଥିବା ଭୂବନେଶ୍ୱରୀ କୋଇଲା ଖଣିରେ କୌଣସି କାଗଜପତ୍ର ନକରି କିମ୍ବା ଟ୍ରକକୁ କଂଟାରେ ଓଜନ ନକରାଇ ଖଣି ଭିତରକୁ କୋଇଲା ବୋଝେଇ ପାଇଁ ଦୁଇଟି ହାଇୱା ନଂ- ଓଡ଼ି ୨୧ଏଫ-୨୩୨୨ ଏବଂ ଓଡ଼ି ୩୫ଏ -୯୯୩୬ ପଶି କୋଇଲା ବୋଝେଇ କରୁଥିବାର କୌଣସି ସୂତ୍ରରୁ ଖବର ଖଣି ସୁରକ୍ଷା ଦାୟୀତ୍ୱଥିବା ଓଏସଟିଏଫ ଟିମ୍ ଜାଣିବାକୁ ପାଇ ଘଟଣା ସ୍ଥଳରେ ପଂହଚି ଦୁଇଟି ହାଇୱା ସମତେ ୫ଜଣ  ଅନୁଗୋଳ ଜିଲ୍ଳା ଦୁର୍ଗାପୁରର ଲୋଡ଼ର ଅପରେଟର୍ ସୁରଥି ଦେହୁରୀ, ବିହାର ଅଂଚଳର ରଞ୍ଜନ କୁମାର, ନିତିଶ୍ କୁମାର, ଚନ୍ଦ୍ରମା ସାହା, ସିପୁନ ମହାରଣାଙ୍କୁ କାବୁକରି ତାଳଚେର ସଦରଥାନାରେ ଜିମା ଦେଇଥିଲେ । ପୋଲିସ୍ ଏହି ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାରି ରଖିବା ସହିତ ୫ଜଣଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ତେବେ କୋଇଲା ଖଣି ଗୁଡ଼ିକରେ ସୁରକ୍ଷା ବଳୟ ଭିତରେ ରହିଥିଲେ ମଧ୍ୟ କୋଇଲା ମାଫିଆମାନେ କିଛି ଅସାଧୁ ଖଣି କର୍ମଚାରୀଙ୍କୁ ହାତବାରସୀ କରି ଖଣି ଭିତରେ ପଶି କୋଇଲା ଚୋରି କରି ଜାଲ କାଗଜପତ୍ରରେ ଜରିଆରେ ବାହାର ରପ୍ତାନୀ କରି ମାଲେମାଲ ହେଉଥିବାରେ ସଫଳ ହେଉଛନ୍ତି । ତେବେ ଏହା ତାଳଚେର କୋଇଲା ଖଣି ଅଂଚଳ ଗୁଡ଼ିକରେ ନିତିଦିନିଆ ଘଟଣରେ ପରିଣତ ହୋଇଥିଲେ ମଧ୍ୟ ଏଥିରେ ରୋକ ଲଗାଯାଇ ପାରୁନାହିଁ ।

Nalco
Leave A Reply