Odisha news

ନରହରିପୁର ଗ୍ରାମରେ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଯାପିତ

0

ତାଳଚେର ତା ୨୨/୦୧ ତାଳଚେର ବ୍ଲକ ଅନ୍ତର୍ଗତ ନରହରିପୁର ଗ୍ରାମ୍ୟ ପ୍ରଶସ୍ତ ପଡ଼ିଆରେ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଂଟ୍ ଉଦଯାପିତ ହୋଇଯାଇଛି । ଆଜିର ଖେଳରେ ରାଉଲକେଲା ଓ ସୁନ୍ଦରଗଡ଼ ମଧ୍ୟରେ ଫାଇନାଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ଫୁଟବଲ୍ ଖେଳରେ ସୁନ୍ଦରଗଡ ଓ ରାଉଲକେଲା ମଧ୍ୟରେ ୨-୨ ଗୋଲରେ ମ୍ୟାଚ୍ ଡ଼୍ର ହୋଇଥିଲା । ଫଳରେ ଉଭୟ ଦଳଙ୍କୁ ୬ଟି ଲେଖାଏଁ ବଲ ଗୋଲ କରିବାର ସୁଯୋଗ ଦିଆଯାଇଥିଲା । ଏଥିରେ ରାଉଲକେଲା ୬ଟିବଲରେ କୌଣସି ଗୋଲ କରିପାରିନଥିବା ବେଳେ ଜମୁନା କ୍ଲବ ସୁନ୍ଦରଗଡ଼ ଦଳ ଗୋଟିଏ ଗୋଲ କରି କିଶାନ କ୍ଲବ ରାଉଲକେଲାକୁ ପରାସ୍ତ କରିଥିଲା ଏବଂ ଏହି ସୁନ୍ଦରଗଡ଼ ପୁଟବଲ୍ ଦଳ ବିଜୟୀ ହୋଇ ଫାଇନାଲ ମ୍ୟାଚ୍‌ର ସିଲକୁ ପାଇବାର ହକଦାର ହୋଇଥିଲା । ଏହି ଖେଳର ଆୟୋଜକ ତଥା ବିଜେପି ନେତା ଇଂ ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଉଦଯାପନୀ ଦିବସରେ ମୁଖ୍ୟଅତିଥିଭାବେ ଓଡ଼ିଶା ଫୁଟବଲ ଟିମର କ୍ୟାପଟେନ୍ ବିଶ୍ୱନାଥ ଘୋଷ, ପିଇଟି ଶିକ୍ଷକ ଚୈତନ୍ୟ ପ୍ରଧାନ, ସମାଜସେବୀ ବିଭୂତି ଭୂଷଣ ସାହୁ, ପେସ୍କାର ଗଡ଼ନାୟକ, ବିଜେପି ନେତା ପୂର୍ବତନ ଜିଲ୍ଳାପରିଷଦ ସଦସ୍ୟ ରଜେନ୍ଦ୍ର ପସାଦ ସିଙ୍ଗ, ବିଜେପି ନେତା ନିରଞ୍ଜନ ପ୍ରଧାନ, ରତ୍ନାକର ସାହୁ, ନରହରିପୁର ସମିତି ସଭ୍ୟ ସୌଭାଗ୍ୟ ପ୍ରଧାନ, ହିଂମାଶୁ ପ୍ରଧାନ,  ଏବଂ ଆୟୋଜକ ଫୁଟବଲଟୁର୍ଣ୍ଣାମେଂଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ଫୁଟବଲ ଫାଇନାଲ ମ୍ୟାଚ୍ ଦେଖିବାକୁ ଆଖପାଖ ଅଂଚଳରୁ ସହସହ ପୁଟବଲ ପ୍ରେମୀଙ୍କ ଭିଡ଼ ଜମିଥିଲା ।

Nalco
Leave A Reply