Odisha news

ଜଗନ୍ନାଥ ଖଣିରୁ କୋଇଲା ଚୋରି, ୪ଟ୍ରକ ଜବତ, ୪ଗିରଫ ଏହା ଉପରେ ରୋକ ଲାଗିବ କେବେ?

0

ତାଳଚେର ତା ୧୪/୧୨ ତାଳଚେର କୋଲିୟରୀ ଥାନା ନିକଟରେ ଥିବା ଜଗନ୍ନାଥ କୋଇଲା ଖଣିରୁ ବେଧଡ଼କଭାବେ ଅଭିନବ ଉପାୟରେ ସ୍ପଷ୍ଟଦିବା ଲୋକରେ ଖଣି ସୁରକ୍ଷା କର୍ମୀ, କର୍ମଚାରୀ, ଏସଟିଏଫ୍ ପୋଲିସ୍ ଥାଇ ମଧ୍ୟ କିପରିଭାବେ ଟ୍ରିପ୍ ଟ୍ରିପ୍ କୋଇଲା ଦୈନ୍ଦିନ ଚୋରି ହେଉଛି ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ବୃଦ୍ଧି ପାଇଛି । ଘଟଣାରୁ ପ୍ରକାଶ, ଜଗନ୍ନାଥ କୋଇଲା ଖଣିରୁ ଓଡ଼ି ୦୪-ଆର୍‌-୪୦୫୮, ଓଡ଼ି୩୫ଏ-୮୫୭୧, ଓଡ଼ି ୧୫ଏ-୬୪୮୪ ଏବଂ  ଓଡ଼ି ୩୫ଡ଼ି-୨୫୦୦ ନମ୍ବର ଟ୍ରକ ଗୁଡ଼ିକ କୋଇଲା ଚୋରି ଘଟଣାରେ କୋଲିୟରୀ ପୋଲିସ୍ ସମ୍ପୃକ୍ତ ଟ୍ରକ ଗୁଡ଼ିକୁ ଜବତ କରିବା ସହିତ ବୈରାଗି ଦେହୁରୀ (୨୫), ସୁମନ୍ତ ପ୍ରଧାନ (୩୨), ଦିବ୍ୟରଞ୍ଜନ ସାହୁ (୨୦), ବିଚିତ୍ରାନନ୍ଦ ସାହୁ (୨୪)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ।

IEC 2 years
Leave A Reply