Odisha news

ତାଳଚେରକୁ ଜିଲ୍ଳାମାନ୍ୟତା ନେଇ ତେଜିଲା ଆନ୍ଦୋଳନ

0

ତାଳଚେର ତା ୦୭/୧୨ ପୂର୍ବ ନିଷ୍ପତିକ୍ରମେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେରକୁ ଜିଲ୍ଳାମାନ୍ୟତା ଦାବି ନେଇ ଆଜି ଠାରୁ ସ୍ଥାୀନୟ ଉପଜିଳ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେଁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ଶାନ୍ତିପୂର୍ଣ୍ଣ ଗଣଧସାରଣା ଦେବା ସହ ଏନେଇ ତାଳଚେର ଉପଜିଳ୍ଳାପଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ୧୯୯୨ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏକ ଦଳୀୟ କାର୍ଯ୍ୟକ୍ରମରେ ତାଳଚେରକୁ ଆସି ଏକ ସାଧାରଣ ସଭାରେ ଉଦବୋଧନ ପ୍ରସଙ୍ଗରେ କହିଥିଲେ କି, ଯଦି ଆଗାମୀ ଦିନେ;ର ଜିଲ୍ଳା ସଂଖ୍ୟା ବୃଦ୍ଧି କରାଯାଏ ତେବେ ତାଳଚେରକୁ ୩୧ ନମ୍ବର ଜିଲ୍ଳାଭାବେ ମାନ୍ୟତା ଦିଆଯିବ । ୧୯୯୨ ମସିହ।। ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୦ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ସୁପୁତ୍ର ତଥା ବର୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରେ ୨୨ବର୍ଷ ଅତିବାହିତ କରିଥିଲେ ମଧ୍ୟ ତାଙ୍କ ପିତାଙ୍କ କଥାକୁ କିପରି ଭାବେ ଭୂଲିଯାଇ କିପରିଭାବେ ପଦ୍ମପୁରକୁ ଜିଲ୍ଳାମାନ୍ୟତା ଘୋଷଣା କଲେ ଏଥିନେଇ ସମଗ୍ର ତାଳଚେର ଅଂଚଳରେ  ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତାଳଚେରରୁ ପ୍ରଚୁର ରାଜସ୍ୱ ଯିବାସହ ଏହାର ଭିତିଭୂମି ଥାଇମଧ୍ୟ ତାଳଚେରକୁ ଜିଲ୍ଳାମାନ୍ୟତା ଦେବାରେ ଅବହେଳା ପ୍ରଦର୍ଶନ ଅଂଚଳାସୀଙ୍କ ପାଇଁ ଶକ୍ତଧକ୍କା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି । ଏହାକୁ ନେଇ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟିର ଆବାହକ ପଦ୍ମଚରଣ ସାମଲଙ୍କ ନେତୃତ୍ୱରେ ପୂର୍ବତନ ନଗରପାଳ କେଶବ ଭୂତିଆ, ପ୍ରଫୁଲ ଦାସ, ଅଭୟ ପାଣି, ଉଚ୍ଛନ ପଟ୍ଟନାୟକ, ବାଉରୀବନ୍ଧୁ ବେଜ, ବିନୋଦ ଲାଲ୍‌, ସୁବାଷ ରାଉତ, ସମ୍ଭୁନାଥ ସାହୁ, ସୁଶିଲ ମିଶ୍ର, ଅଶୋକ ମହାପାତ୍ର, ବସନ୍ତ ଶତପଥି, ସରୋଜ ନନ୍ଦ,  ଅଶ୍ୱିନୀ ସାହୁ, ପ୍ରଭାତିନି ଆଚାର୍ଯ୍ୟ, ଶୋଭାଗିନୀ ଦାସ, ଜ୍ୟୋତି ରଂଜନ ଦାସ, ମାନସ ବାଇ, ସୁକାନ୍ତ ଦାସ, ସଂଜୀବ ନାଏକ,  ଚୈତନ୍ୟ ପ୍ରଧାନ, ଦିନବନ୍ଧୁ ସାହ. ପ୍ରଦୀପ ମହାରଣାଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Nalco
Leave A Reply