ତାଳଚେର ତା ୨୦/୧୧ ସରକାରୀ ଓ ବେସରକାରୀ ସଂସ୍ଥାରୁ ଚାଷୀଋଣ କରି ମୁଣ୍ଡଝାଳ ତୁଣ୍ଡରେ ମାରି ଦେଶପାଇଁ ଆହାର ଯୋଗାଉଥିବା ବେଳେ ବିଭିନ୍ନ କାରଣକୁ ନେଇ ଏବେ ଚାଷୀ ଚାଷରୁ ମୁହଁ ଫେରାଇ ନେଉଥିବା ଘଟଣା ଅତିନିନ୍ଦନୀୟ ବିଷୟ । ଯଦି ଚାଷୀଚାଷ ନକରେ ତେବେ ଉତ୍ପନ୍ନ ଖାଦ୍ୟଶସ୍ୟ ଉତ୍କଟରୂପ ଧାରଣ କରିବା ସହ ଦୁର୍ଭିକ୍ଷ ଅବସ୍ଥା ଦେଖାଦେବ ଚର୍ଚ୍ଚା ହେଉଛି । ଜଙ୍ଗଲବିହୀନ ଶିଳ୍ପନଗରୀ ତାଳଚେରରେ ଆଜିକୁ ୧୬ଦିନରୁ ଉର୍ଦ୍ଧ୍ୱ ଢ଼େଙ୍କାନାଳ ଜିଲ୍ଳା ପର୍ଜଙ୍ଗ ବ୍ଲକ ଅଂଚଳରୁ ବ୍ରାହ୍ମଣୀ ନଦୀ ଗର୍ଭ ଦେଇ ହାତୀପଲ ତାଳଚେର ବନାଚଂଳରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ସହ ସନ୍ଧ୍ୟା ହେଲେ ଗ୍ରାମାଚଂଳ ଗୁଡ଼ିକରେ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି । ପ୍ରାୟ୧୬ଦିନ ହେବ ଏହି ହାତୀପଲ ଗୁଡ଼ିକ କଙ୍କିଳି କାକୁଡ଼ି, ହରିହରପୁର, ସଇନାଳୀ, କିଶୋରପାଳ, ଭେରୁବଣିଆ, ଗୁଣ୍ଠବାହାଳ ଆଦି ଗ୍ରାମରେ ଖାଦ୍ୟ ଅନ୍ୱେଷଣରେ ଘୁରୀ ବୁଲୁଛନ୍ତି ଏବଂ ଧାନକ୍ଷେତ ରେ ପଶି ବ୍ୟାବକ ଫସଲ କ୍ଷତି କରିଥିବା ଦେଖିବାକୁ ମିଳିଛି ।
ସେହଭଳି ବାରହା ପଲ ମଧ୍ୟ ଧାନକିଆରୀ ଭିତରେ ପଶି ହାତପଲ ଠାରୁ ଯଥେଷ୍ଟ ପରିମାଣରେ ଧାନ ଫସଲ କ୍ଷୟକ୍ଷତି କରୁଛନ୍ତି । ବନବିଭାଗ ପକ୍ଷରୁ ସେମାନଙ୍କୁ ନଦୀପାର କରି ଆରପାଖକୁ ଘଉଡ଼ାଇ ଦେଉଥିଲେ ମଧ୍ୟ ପୁନର୍ବାର ସେହି ଅଂଳର ଲୋକମାନେ ସେମାନଙ୍କୁ ତାଳଚେର ପଟକୁ ଘଉଡ଼ାଇ ଦେଉଥିବା କୁହାଯାଉଛି । କିନ୍ତୁ ବନବିଭାଗ ପକ୍ଷରୁ ହାତୀପଲଙ୍କୁ ଯେତେ ଘଉଡାଇବା ପାଇଁ ଚେଷ୍ଟା କଲେ ମଧ୍ୟ ବନବିଭାଗ ବିଫଳ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏଥିନେଇ ଅଂଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ କର୍ତୁପକ୍ଷ ବିଦ୍ୟୁତ୍ କାଟ୍ କରିଦେଉନ୍ତି । ବିଦ୍ୟୁତ୍ କାଟ୍ ଫଳରେ ପିଲାଙ୍କ ପାଠପଢ଼ିବାରେ ଘୋର ବ୍ୟାହତ ସୃଷ୍ଟି ହେଉଛି ବୋଲି ଗ୍ରାମବାସୀମାନେ ଏହା ପ୍ରକାଶ କରିଛନ୍ତି । ଦିନ ସମୟରେ ଏହି ହାତୀକୁ ଦେଖିବାକୁ ପ୍ରବଳ ଭିଡ଼ ଲାଗିଥିବା ବେଳେ ସନ୍ଧ୍ୟା ହେଲେ ସେହି ଅଂଚଳରେ ତାଟିକବାଟ ପଡ଼ି ଯାଉଛି । ଆଜିି ଘଟଣା ସ୍ଥଳରେ ବନବିଭାଗ ଓ ପୋଲିସ୍ ପଂହଚି ହାତୀ ଗୁଡ଼ିକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏଥିନେଇ ଚାଷୀକୂଳ ବର୍ତମାନ ହତାଶ ହୋଇ ପଡ଼ିଛନ୍ତି । ଚାଷପାଇଁ ହାତ ଉଦ୍ଧାରି କରି ଆଣିଥିବା ଋଣ ପରିଷଦ କରିବେ କିପରି ବୋଲି ମୁଣ୍ଡରେ ଚଡ଼କ ପଡ଼ିଯାଇଛି । ରାତ୍ରୀ ସମୟରେ ହାତୀପଲ ଗାଁଗଣ୍ଡା ଭିତରେ ପଶି କଦଳୀଗଛ, ପଣସ, ପନିପରିବା ଇତ୍ୟାଦି ନଷ୍ଟ କରିବା ସହିତ ଏକ ଅସହାୟ ପରିବାରର ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି ।
