ଅରୁଣ ସାହୁଙ୍କ ବହିଷ୍କାର ଓ ପରି ପାଇଁ ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା ଓ ଦୀପପ୍ରଜ୍ୱଳନ ପରୀକୁ ନ୍ୟାୟ ଓ ୫୦୦୦ ରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁକୁ ଉଦ୍ଧାର ଦାବିରେ ବିଜେପିର ପଦଯାତ୍ରା
ତାଳଚେର ତା ୧୮/୧୨ ରାଜ୍ୟରେ ୫୦୦୩ ନିଖୋଜ ଶିଶୁଙ୍କୁ ଉଦ୍ଧାର, ପରୀ ପାଇଁ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ତାଳଚେରରେ ପଦଯାତ୍ରା, ପଥପ୍ରାନ୍ତ ସଭା ଏବଂ ଦ୍ୱୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପିର ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପ୍ରଥମେ ତାଳଚେର ହାଣ୍ଡିଧୂଆଁ କାର୍ଯ୍ୟାଳୟ ଠାରୁ ହାଟତୋଟା ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଏଥିରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବ୍ଲକ୍ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ସାଧାରଣ ସଂପାଦକ ପ୍ରକାଶ ମହାରଣା, ଜିଲ୍ଲା ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ତଥା ସମସ୍ତ ମଣ୍ଡଳ ସଭାପତି ବରୁଣ ସାହୁ, ରାଜେନ୍ଦ୍ର ସିଂହ, ଦେବେନ୍ଦ୍ର ବାରିକ, ଯଶୋବନ୍ତ ଦାସ୍, ନରେନ୍ଦ୍ର ସାହୁ, ନରେଶ ବେହେରା, ଯଯାତି ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ପେଷ୍କାର ଗଡନାୟକ, ନିରଞ୍ଜନ ପ୍ରଧାନ, କାଳନ୍ଦି ପ୍ରଧାନ, ପ୍ରଶାନ୍ତ ନନ୍ଦ, ଅଜୟ ଗୋଚ୍ଛାୟତ, ପୁଲିନ୍ ବିହାରି ନାୟକ, ଅଖିଳ ସାମଲ, ମହିଳା ମୋର୍ଚ୍ଚାର ମିଲି ପ୍ରଧାନ, ସୁଫଳା ପୃଷ୍ଟି, ସଂଯୁକ୍ତା ମହାରଣା, ସନ୍ଧ୍ୟାରାଣୀ ବାରିକ, ସବିତା ପାଲ, ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଏକ ପ୍ରତିବାଦ ସଭା ମଙ୍ଗଳା ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଯୋଗ ଦେଇ ପରୀକୁ ନ୍ୟାୟ ଓ ୫୦୦୦ ରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ଦାବି କରିଥିଲେ । ପରି ଘଟଣାକୁ ଲୁଚାଇ ଦେବା ପାଇଁ ରାଜ୍ୟ ସରକାର ମାୟାଜାଲ ବିଛାଇଛନ୍ତି । ରାଜ୍ୟର ଶାସକ ଦଳ ଏବଂ କଂଗ୍ରେସ ପରୀକୁ ନ୍ୟାୟ ଦେବାରେ ପ୍ରତିବନ୍ଧକ ସାଜିଛନ୍ତି । ବିଜେପି ଦଳ ଓଡିଶା ବାସୀଙ୍କ ସହ ମିଶି ପରୀକୁ ନ୍ୟାୟ ଦେବା ପାଇଁ ଲଢ଼େଇ କରୁଛି ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ସେହିପରି ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ନିଜ ପ୍ରତିକ୍ରିୟାରେ ଏସ୍ଆଇଟି ତଦନ୍ତ ବାଟବଣା କରାଯାଇ ପ୍ରକୃତ ଦୋଷୀଙ୍କୁ ଘଂଟ ଘୋଡାଇବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଥିବାର ପ୍ରକାଶ କରିଥିଲେ । ଏହାପରେ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ଭାବରେ ପ୍ରଦୀପପ୍ରଜ୍ୱଳନ କରାଯାଇଥିଲା ।