Odisha news

ମା ହିଙ୍ଗୁଳାଙ୍କ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ

0

ତାଳଚେର :- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରତିମୂର୍ତ୍ତି ଥାଇ ଏକ ସ୍ୱତନ୍ତ୍ର ଡାକ ଲଫାପା ବଲଣ୍ଡା ଠାରେ ଉନ୍ମୋଚନ କରାଯାଇଛି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ  ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ,ମା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ସଭାପତି ତଥା ଉପ-ଜିଲ୍ଲାପାଳ ତାଳଚେର ଶ୍ରୀ ରଜନୀକାନ୍ତ ସ୍ବାଇଁ, ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ପି ବି ରେଡି ଏବଂ ଡାକ ବିଭାଗର ବରିଷ୍ଠ ଅଧିକାରୀ ଭାଗ୍ୟଧର ଦାସ, ଡ଼ଃ ଜଗବନ୍ଧୁ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ସ୍ୱତନ୍ତ୍ର ଡାକ ଲଫାପାରେ ମା ହିଙ୍ଗୁଳାଙ୍କ ଅବସ୍ଥିତି ଓ ମହିମା ସମ୍ପର୍କରେ ବର୍ଣ୍ଣନା କରାଯାଇଛି  । ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ଡାକମଣ୍ଡଳ ଆୟୋଜନ କରିଥିଲା ବେଳେ ଟ୍ରଷ୍ଟ ସଦସ୍ୟ ଜଗ ମୋହନ ଗଡ଼ନାୟକ, ମୁରଲୀଧର ସାହୁ, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply