ତାଳଚେର : ଗାଁ ପରିମଳ ବ୍ୟବସ୍ଥା ବ୍ୟକ୍ତିଗତ ଓ ଜନସାଧାରଣ ସ୍ଥାନର ସ୍ୱଚ୍ଛତାକୁ ବଜାୟ ରଖିବାକୁ ସେପ୍ଟମ୍ବରମାସ ୧୫ ତାରିଖରୁ ଅକ୍ଟୋବର ୨ତାରିଖ ଗାନ୍ଧୀଜୟନ୍ତୀ ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଂଚାୟତରେ ଜନସଚେତନତା କରାଯିବା ସହିତ ପଂଚାୟତ ଓ ଗଳିକନ୍ଦି ରାସ୍ତା ସଫା କରିବା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ତାଳଚେର ବ୍ଲକ ଜଗନ୍ନାଥପୁର ପଂଚାୟତରେ ସ୍ୱଚ୍ଛତା ହିଁ ସେବାପକ୍ଷ ପାଳନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କର ପଂଚାୟରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଜଗନ୍ନାଥପୁରରେ ସରପଂଚଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଚିନ୍ମୟୀ ଚେତନା ଦାସ ଯୋଗଦାନ କରି ସ୍ୱଚ୍ଛତା ସମ୍ବନ୍ଧରେ ଲୋକମାନଙ୍କୁ ପରାମର୍ଶ ଦେବା ସହିତ ପରିବେଶ ସଫା ରଖିବା, ଡ଼ଷ୍ଟବିନ୍ ବ୍ୟବହାର କରିବା, ପାଇଖାନ ବ୍ୟବହାର କରିବା, ବାହାରେ ମଳତ୍ୟାଗ ନକରିବା, ପଲିଥିନ ଏଣେତେଣେ ନପକାଇବା ଇତ୍ୟାଦି ସମ୍ପର୍କରେ ବୁଝାଇ କହିଥିଲେ । ଅକ୍ଟୋବର ୨ରେ ଏହି ପଂଚାୟତକୁ ବାହ୍ୟ ମଳମୂତ୍ର ପଂଚାୟତ ଭାବେ ଘୋଷଣା କରିବାକୁ ସେ କହିଥିଲେ । ଏଥିରେ ଡ଼ିପିଏମ୍ (ଓଏଲମ) ମାନସୀ ରାଉତ, ୱାଡ଼ୟ ସଭ୍ୟ, ପ୍ରାଣୀମିତ୍ର, କୃଷିମିତ୍ର, ବ୍ୟାଙ୍କମିତ୍ର, ଅଙ୍ଗନୱାଡ଼ି, ଆଶାକର୍ମୀ ଓ ସମାଜସେବୀ ସହଯୋଗ କରିଥିଲେ ।
