ତାଳଚେର : କୌଣସି ଗାଁ ଗଣ୍ଡା ଅଂଚଳ ନୁହେଁ ଖୋଦ୍ ତାଳଚେର ପୌରପରିଷଦ ୱାର୍ଡ଼ ନଂ- ୧୭ ଓ ୧୮ ଦେଉଳବେଡ଼ା ମୌଜା ଅନ୍ତର୍ଗତ ଡ଼ିମରଗୋଡ଼ି ବସ୍ତିବାସୀନ୍ଦାକୁ ଜଳକଷ୍ଟରୁ ତ୍ରାହି ମିଳିବା ପାଇଁ ଦୀର୍ଘ ୧୫ବର୍ଷ ତଳେ ତାଳଚେର ପିଏଚଡ଼ି ପକ୍ଷରୁ ବିଛାଯାଇଥିଲା ଏକାଧିକ ପାଇପଲାଇନ୍ । ଏହାପରେ ଉକ୍ତ ବସ୍ତିବସେୀନ୍ଦା ପାଣି ପାଇବା ନେଇ ଖୁସିର ମାହୋଲ ଖେଳାଇ ଦେଇଥିଲା ।
ମାତ୍ର ଦୀର୍ଘ ୧୫ବର୍ଷ ହେବ ସେହି ପାଇପଲାଇନ୍ ବିଛା ହୋଇ ରହିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ସେହି ପାଇପଲାଇନରେ ଜଳ ସଂଯୋଗ କରାଯାଇ ନଥିବା ଘଟଣା ଉଦବେଗଜନକ ଅବସ୍ଥା ସୃଷ୍ଟି କରିଛି ।
ଏହାକୁ ନେଇ ସମ୍ପୃକ୍ତ ବସ୍ତିବାସୀନ୍ଦା ସ୍ଥାନୀୟ ଲୋକପ୍ରତିନିଧି, ଜିଲ୍ଳାପାଳ, ନଗରପାଳ ସମସ୍ତଙ୍କୁ ଗୁହାରି ପରେ ଗୁହାରି କରି ଆସୁଥିଲେ ମଧ୍ୟ ଫଳ କିଛି ମିଳୁନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ନିର୍ବାଚନ ବିଗୁଲ ବାଜିଲେ ରାଜନୈତିକ ପ୍ରାର୍ଥି ଆସନ୍ତି ବସ୍ତିବାସୀନ୍ଦାଙ୍କୁ ଦୃଢ଼ ପ୍ରତିଶ୍ରୃତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଯାଇଥାନ୍ତି । ଏହାପରେ ପ୍ରତାରଣାର ଶୀକାର ହୋଇଥାନ୍ତି ବସ୍ତିବାସୀନ୍ଦା ।
ଏପରିକି ସେହି ନିକଟରେ ରହିଥିବା ଲିଙ୍ଗରାଜ ପ୍ରକଳ୍ପ ଅଧିକାରୀ ମହାପ୍ରବନ୍ଧକଙ୍କୁ ବସ୍ତିବାସୀନ୍ଦା ଏନେଇ ଗତ ୧୮/୦୭/୨୦୧୯ ମସିହାରେ ଅଭିଯୋଗ କରିବାପରେ ଏମସିଏଲ ପାଣି ପାଇପଲାଇନ୍ ଯୋଗେ ଏହା ସଂଯୋଗ କରାଯିବ ଓ ପାଣି ବସ୍ତିବାସୀନ୍ଦା ପାଇପାରିବେ ବୋଲି ଦେଇଥିବା ପ୍ରତିଶ୍ରୃତି ମଧ୍ୟ ଆଜି ପାଣିଗାର ହୋଇ ରହିଛି ।
ତେବେ ପାଇପ ଲାଇନ୍ ସଂଯୋଗ ହୋଇଥିଲେ ମଧ୍ୟ ଉକ୍ତ ବସ୍ତିବାସୀନ୍ଦା କେବେ ପାଇବେ ପାଣି ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ? ଏପରି ସ୍ଥଳ୍ୱେ ମଶାଣୀପାଖ ପାଣିଡ଼ୁଭାରୁ ବସ୍ତିବାସୀନ୍ଦା ବିଶୁଦ୍ଧ ଜଳକୁ ସଂଗ୍ରହ କରି ବ୍ୟବହାର କରୁଥିବାରୁ ଜଣ୍ଡିସ୍ ସମେତ ବିଭିନ୍ନ ରୋଗରେ ସଂକ୍ରମିତ ହେଉଥିବା ଅଭିଯୋଗ ହେଉଛି । ତେବେ ଆଜି ଆକ୍ଟିଭ୍ ମିଡ଼ିଆ ପରିବାର ପକ୍ଷରୁ ଲିଙ୍ଗରାଜ ମହାପ୍ରବନ୍ଧଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ପ୍ରକାଶ କରିଥିଲେ ତୁରନ୍ତ ଉକ୍ତ ଗ୍ରାମକୁ ପାନୀୟ ଜଳ ଓ କଣ୍ଢାଳ ପଂଚାୟତର ବିଦ୍ୟାଧରପୁର, ରସାଳପୁର, ଦୟାନିଧିପୁର, ଏକାଦଶୀପୁରକୁ ଷ୍ଟ୍ରଟ୍ ଲାଇଟ୍ ଲଗାଇବା ପାଇଁ ପ୍ରତିଶ୍ରୃତି ଦେଇଛନ୍ତି ।
