Odisha news

କୋଇଲା ଖଣି କର୍ମଚାରୀଙ୍କ ଅସ୍ୱାଭାବିକ ମୃତ୍ୟୁ

0

ତାଳଚେର ତା ୦୨/୦୯ ତାଳଚେର ସଦରଥାନା କଣ୍ଢାଳ ପଂଚାୟତ ଅନ୍ତର୍ଗତ ତାଳବେଡ଼ା ଗ୍ରାମର ଅଜୟ ବେହେରା (୫୧) ପାରିବାରିକ ଅଶାନ୍ତିକୁ ନେଇ ଆଜି ଭୋର ୪ଘଟିକା ସମୟରେ ତାଙ୍କ ନିଜ ରୁମ୍‌ରେ ବେଡ଼ସିଟ୍ ସାହାଯ୍ୟରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି କେତେକ କହୁଥିବା ବେଳେ ଆଉ କେତକ ତାଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଉକ୍ତ ପରିବାର ପକ୍ଷରୁ ଏହାର କୌଣସି ସତ୍ୟାସତ୍ୟ ଖବର ହସ୍ତଗତ ହୋଇନଥିଲେ ମଧ୍ୟ ତାଙ୍କୁ ଆଜି ସକାଳୁ ସ୍ଥାନୀୟ କେନ୍ଦ୍ରୀୟନେହୁରୁଶତାଦ୍ଦୀ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବାପରେ ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେ ଅନନ୍ତ କୋଇଲା ଖଣିର କ୍ଲର୍କଭାବେ କାର୍ଯ୍ୟ କରୁଥିଲେ । ତେବେ ଏଖବର ପ୍ରଚାରିତ ହେବାପରେ ସେହି ଅଂଚଳରେ ଏକ ଶୋକରଛାୟା ଖେଳାଇ ଦେଇଥିଲା ।

Nalco
Leave A Reply