ତାଳଚେର ତା ୦୧/୦୯ ଥର୍ମାଲ ରିକ୍ରିଏସନ ସେଂଟର ଠାରେ ଏକଲବ୍ୟ ମାର୍ଶାଲଆର୍ଟ ପକ୍ଷରୁ ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠାନରେ ଶିକ୍ଷାଲାଭ କରୁଥିବା ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଜର କଳା ନୌପୁଣ୍ୟ ପ୍ରଦର୍ଶନ କରିବା ସହ ଅତିଥି ମାନଙ୍କ ଠାରୁ ନିଜନିଜ ଯୋଗ୍ୟତା ଆଧାରରେ ପଦୋନ୍ନତି ବେଲ୍ଟ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଶୁରାମ ବାରିକ ଯୋଗଦେଇ ଏହି ମାର୍ଶାଲ ଆର୍ଟରେ ଶୃଙ୍ଖଳା ଆଉ ଏକାଗ୍ରତାର ସହ କଠିନ ପରିଶ୍ରମ କରି ନିଜ ଲକ୍ଷ ସ୍ଥଳରେ ପହଂଚି ପାରିବେ ଏବଂ ନିଜ ଅଂଚଳ ତଥା ରାଜ୍ୟ ଓ ଦେଶର ନା ରଖିପାରିବେ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଟାଇକୋଣ୍ଡା ଚେୟାରମ୍ୟାନ ଦୁଷ୍ମନ୍ତ କୁମାର ନାଥ, ଜିଲ୍ଲା ଟାଇକୋଣ୍ଡ ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ, ଅବନ୍ତିକା ମାର୍ଶାଲ ଆର୍ଟର ବିନୋଦ ଚନ୍ଦ୍ର ନାଏକ, ଏସକେ ମାର୍ଶାଲ ଆର୍ଟର ସୁଶାନ୍ତ କୁମାର ନାଏକ,ଏକଲବ୍ୟ ମାର୍ଶାଲ ଆର୍ଟର ଶରତ ଚନ୍ଦ୍ର ନାଏକ, ପୂର୍ବତଟ ରେଲୱେର ପ୍ରଦୀପ କୁମାର ମହାପାତ୍ର, ତାଳଚେର ଟାଇକୋଣ୍ଡ ଆସୋସିଏସନର ସୁଶାନ୍ତ ପ୍ରଧାନଙ୍କ ସମେତ ବିନୋଦ ଲାଲ,ବାସୁଦେବ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନମୋହନ ନାଏକ, ସୁଶୀଲ ସାହୁ, ଅଜୟ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ବସନ୍ତ କୁମାର ନାୟକ ଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଏବଂ ଅବିଭାବକ ମାନେ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି କୃତି ଶିକ୍ଷାର୍ଥୀ ଙ୍କୁ ବେଲ୍ଟ ପ୍ରଦାନ କରିଥିଲେ ।
