ତାଳଚେର ତା ୦୧/୦୯ ପୂର୍ବରୁ ତାଳଚେର ପୌରପରିଷଦରେ ସ୍ୱାୟତଶାସନ ଦିବସ ଅବସରରେ କୌଣସି ପ୍ରକାର ବ୍ୟତୀକ୍ରମ ଦେଖିବାକୁ ମିଳିଥିଲା ବେଳେ ଚଳିତବର୍ଷ ତାଳଚେର ପୌରପରିଷଦରେ ସ୍ୱାୟତଶାସନ ଦିବସ ଅବସରରେ ପୌରନିର୍ବାହୀ ଅଧିକାରିଣୀ ଓ ନଗରପାଳଙ୍କ ମଧ୍ୟରେ ଫାଟ ରହିଥିବାକୁ ନେଇ ପତାକା ଉତୋଳନ କଲେ ନିର୍ବାହୀ ଅଧିକାରିଣୀ ରଶ୍ମିରେଖା ଅମାନ୍ତ । ଏହାକୁ ନେଇ ତାଳଚେର ରାଜନୈତିକ ମହଲରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହୋଇଛି । ତେବେ ନଗରପାଳ ପବିତ୍ର ଭୂତିଆ କୌଣସି କାଣଣବସତଃ ଆସିନପାରିବାରୁ ପୌରପରିଷଦ ପକ୍ଷରୁ ପ୍ରାୟ ଦେଢ଼ଘଂଟା କାଳ ଅପେକ୍ଷା କରିବା ପରେ ସକାଳ ୮ଘଟିକାରେ ପତାକା ଉତୋଳନ ନିୟମ ରହିଥିଲେ ମଧ୍ୟ ସକାଳ ପ୍ରାୟ ସାଢ଼େ ୯ଘଟିକା ସମୟରେ ପତାକା ଉତୋଳନ କରାଗଲା ।
ତେବେ ତାଳଚେର ପୌରପରିଷଦ ପକ୍ଷରୁ ଏଥିନେଇ ପୌର କାର୍ଯ୍ୟାଳୟରେ ତରୋଣରେ ସଜ୍ଜା ଯାଇଥିବା ବେଳେ ନିକଟରେ ଥିବା ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ରମାନଙ୍କୁ ନଗରପାଳଙ୍କ ଅନୁପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ପୁନଶ୍ଚ ଏହି ପତାକା ଉତୋଳନରେ ବିଜେପି କାଉନସିଲର୍ମାନେ ଉପସ୍ଥିତ ଥିବା ବେଳେ ବିଜେଡ଼ିର କୌଣସି କାଉନସିଲରଙ୍କୁ ଦେଖିବାକୁ ମିଳିନଥିଲା । ପୌରପରିଷଦ ପକ୍ଷରୁ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ପୋଷାକ ବଂଟନ ଏବଂ ମିଷ୍ଠାନ୍ନ ପ୍ରଦାନ କରାଯାଇଥିଲା । ତାଳଚେର ପୌରପରିଷଦରେ ଏପରି ଯଦି ହୁଏ ତାଳଚେର ସହରର ବିକାଶମୂଳକ କାର୍ଯ୍ୟରେ ବାଧାସୃଷ୍ଟି ହେବ ବୋଲି ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଉଙ୍କି ମାରିଛି ।
