ତାଳଚେର ତା ୨୪/୦୬ କେନ୍ଦ୍ର ମୋଦୀ ସରକାର ସ୍ୱଚ୍ଛଭାରତ ଅଭିଯାନକୁ ଗୁରୁତ୍ୱାରୋପ କରୁଥିବା ବେଳେ ଏହାକୁ ପ୍ରାଧାନ୍ୟ ଦେଇ ଲିଙ୍ଗରାଜ କୋଇଲା ଖଣି ପକ୍ଷରୁ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ତାଳଚେର ବ୍ଲକ ଅନ୍ତର୍ଗତ ତାଳବେଡ଼ା ଗ୍ରାମ ଠାରେ ଏକ ଅସ୍ଥାୟୀ ମଂଚ କରି ସେଠାରେ ନାଚ, ଗୀତ ମାଧ୍ୟମରେ ପୋଲିଥିନ୍ ମୁକ୍ତ କରିବା, ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଗ୍ରାମବାସୀଙ୍କୁ ବାର୍ତା ପ୍ରେରଣ କରିଥିଲେ । ତେବେ ଏହାକୁ ଦେଖିବା ପାଇଁ ସେଠାରେ ଶହଶହ ମହିଳା ଓ ପୁରୁଷ ଭିଡ଼ ଦେଖାଦେଇଥିଲା । ଲିଙ୍ଗରାଜ କ୍ଷେତ୍ରର ଏହି ଅଭିନବ ପ୍ରୟାସ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଲିଙ୍ଗରାଜ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅଜୟ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ‘ଅମୃତଅନୁଷ୍ଠାନ’ ତାଳଚେର କଳାକରମାନଙ୍କୁ ନେଇ ଲିଙ୍ଗରାଜ କ୍ଷେତ୍ରର କନିଷ୍ଠ ଯନ୍ତ୍ରୀ ଯଶୋବନ୍ଦତ ନାହାକ, ବିପ୍ଳବ ଦେବ୍ଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
