Odisha news

ତାଳଚେର ସିଭିଲ୍ କୋର୍ଟ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

0

ତାଳଚେର ତା ୨୧/୦୬ ଆଜି ସକାଳ ୧୦ଘଟିକା ସମୟରେ ସିଭିଲ କୋର୍ଟ ପରିସରରେ ତାଲୁକ୍ ଆଇନ୍ ସହାୟତା କମିଟି ତାଳଚେର ପକ୍ଷରୁ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ତଥା ଅଧ୍ୟକ୍ଷ ଶ୍ରୀ ରବିନ୍ଦ୍ର ଦାସ, ତାଲୁକ ଆଇନ୍ ସହାୟତା କମିଟି ତାଳଚେର ଶ୍ରୀମତୀ ବବିତା ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ଲୋକନାଥ ମିଶ୍ର , ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଅସିତ୍ କୁମାର ସାହୁ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ଓକିଲସଂଘ ସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ, ଦୀନବନ୍ଧୁ ସାହୁ, ସମ୍ପାଦକ ଚିନ୍ମୟ ରାଏ, ଯୁଗ୍ମସମ୍ପାଦକ ମାନସ ରାଏ, ରଞ୍ଜିତା ଗଡ଼ନାୟକ, ପେସ୍କାର ଗଡ଼ନାୟକ, ବାଉରୀବନ୍ଧୁ ବେଜ୍‌ଙ୍କ ସମେତ ଅନ୍ୟ ସଦସ୍ୟମାନେ ଓ ସିଭିଲ୍ କୋର୍ଟର ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ଯୋଗ ପ୍ରଶିକ୍ଷକ ଶ୍ରୀ ଦୀନବନ୍ଧୁ ପ୍ରଧାନ ଓ ତାଙ୍କ ସହଯୋଗୀ ସ୍ୱେଚ୍ଛାସେବୀ ଉକ୍ତ ଶିବିରରେ ଯୋଗଦେଇଥିଲେ ।

ପ୍ରଶିକ୍ଷକ ଦୀନବନ୍ଧୁ ପ୍ରଧାନ ବିଭିନ୍ନ ପ୍ରକାର ଯୋଗଶିକ୍ଷା ଦେବାସହ ଯୋଗ ପ୍ରଦର୍ଶନ କରି ଏହାର ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଯୋଗ ଦ୍ୱାରା ଶରୀର ଓ ମନକୁ ନିୟନ୍ତ୍ରୀତ କରି ସମାଜରେ ଭାଇଚାରା ଓ ଶାନ୍ତି ପରିବେଶ ସୃଷ୍ଟି କରାଯାଇ ପାରିବ ବୋଲି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ କମିଟିର ସମ୍ପାଦକ ଶ୍ରୀ ଶୁଭ୍ରାଂଶୁ ପ୍ରଧାନ ସଂଯୋଜନା କରିଥିଲେ । ସେହିଭଳି ବାର ଓଡ଼ିଶାର ବାଟାଲିଅନ୍ ଢ଼େଙ୍କାନାଳ କମାଣ୍ଡରିଙ୍ଗ୍ ଅଫିସ୍ ସିର୍ଦ୍ଧାଥ ବୈତ୍ସାନଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଥିବା ଏନଏନ୍ ଏସି କ୍ୟାଡ଼ଟ୍ ମାନଙ୍କୁ ନେଇ ଜଗଗୁରୁ ଭାଗ୍ୟରଥି ପ୍ରଧାନ ଓ ଜୟନାରାୟଣ ରାୟଗୁରୁଙ୍କ ନେତୃତ୍ୱରେ ତାଳଚେର କଲେଜରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ତାଳଚେର କଲେଜ ଅଧ୍ୟ ବିନୟ କୁମାର ଖିଲାର ଉଦଘାଟନ କରିଥିଲେ । ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ପାଣିଗ୍ରାହୀଙ୍କ ଏବଂ ଜଗଗୁରୁ ସଦାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ତେବେ ତାଳଚେର ଅଂଚଳରେ ରହିଥିବା କୋଣ ଅନୁକୋଣରେ ରହିଥିବା ପ୍ରାଥିମକ ଉଚ୍ଚ ପ୍ରାଥମିକ ଓ ପ୍ରତ୍ୟେକ ଅନୁଷ୍ଠାନ ପ୍ରତିଷ୍ଠାନରେ ଯୋଗ ଦିବସ ପାଳନ କରାଯାଇଛି ।

IEC 2 years
Leave A Reply