ଠାକୁରମୁଣ୍ଡା – 21/10 (ସମୟ ବ୍ୟୁରୋ ) ନାବାର୍ଡ ପକ୍ଷରୁ ଠାକୁରମୁଣ୍ଡା ବ୍ଲକ ମୁକୁନ୍ଦିଆପଡା ଗ୍ରାମର 30 ଜଣ ମହିଳାଙ୍କୁ ନେଇ ଏକ ଦଶ ଦିନିଆ ତାଲିମ ଉଦଘାଟିତ ହୋଇଯାଇଛି l କ୍ଷୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଆଧାରରେ ମହିଳା ମାନଙ୍କୁ ମସଲା ପ୍ରସ୍ତୁତି ତାଲିମ ପ୍ରଦାନ କରାଯିବ l 21 ତାରିଖରେ ଆରଆରଡିଓ କାର୍ଯ୍ୟକାରୀ ନିର୍ଦେଶକ ମନୋଜ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଡି ଡି ଏମ ସ୍ମୃତିରଞ୍ଜନ ପଟ୍ଟନାୟକ ଯୋଗଦେଇ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ପ୍ରାଥମିକତା ଦେଉଥିବା ପ୍ରକାଶ କରିଥିଲେ l ଯେଉଁମାନେ ଉଦ୍ୟୋଗୀ ହୋଇଛନ୍ତି ସେମାନେ ନିଜସ୍ୱ ସମ୍ବଳର ଉପଯୋଗ କରୁଥିବାବେଳେ ମହିଳା ମାନଙ୍କୁ ସରକାର ବିଭିନ୍ନ ଯୋଜନାରେ ଏବଂ ଅନେକ ସରକାରୀ ବିଭାଗ ସହାୟତାରେ ସହଯୋଗ କରୁଛନ୍ତି l ମହିଳା ମାନଙ୍କୁ ତାଲିମ ଆବଶ୍ୟକତା ଥିବାରୁ ନାବାର୍ଡ ଆଗକୁ ବଢିବା ପାଇଁ ସାମର୍ଥ୍ୟ ସୃଷ୍ଟି କରୁଛି ବୋଲି ପ୍ରକାଶ କରିଥିଲେ l ଠାକୁରମୁଣ୍ଡାରେ ପ୍ରଶାସନ ତଥା ବିଭିନ୍ନ ସରକାରୀ ବିଭାଗ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବାରୁ ସେ ସାଧୁବାଦ ଜଣାଇଥିଲେ l ସମ୍ମାନିତ ଅତିଥି ଭାବେ ସହକାରୀ କୃଷି ଅଧିକାରିଣୀ କବିତା ବେହେରା ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନାରେ ଶତକଡା 90 ଭାଗ ଛାଡ଼ ଦିଆଯାଉଥିବା ତଥା ଦିବିଟି ଯୋଜନାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ l ଓଡିଶା ଜୀବିକା ମିଶନ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ରମଣୀ ରଞ୍ଜନ ଓଝା ପିଜି ଗଠନ, ଆଞ୍ଚଳିକ ମଞ୍ଚ, ମହାସଂଘ ପାଖରେ ଥିବା ଅର୍ଥର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଟିଡିଏ ମିଶନ ଜୀବିକା ପରିଚାଳକ ତଥା ଆଇଜିଏସ କର୍ମୀ ପ୍ରମୋଦ କୁମାର ପଲେଇ ଯୋଗଦେଇ ଆଦିବାସୀ ମହିଳା ଏସଏଚଜିକୁ ଦିଆଯାଇ ପାରୁଥିବା ସହଯୋଗ ସମ୍ପର୍କରେ ଉଲ୍ଲେଖ କରି ତାଲିମ ପରେ ସହାୟତା ଯୋଗାଇବାକୁ ମତ ରଖିଥିଲେ l ମାନିତା ରାଉତ, ନୀଳମଣି ବିନ୍ଧାଣି, ଯଶୋଦା ମହାନ୍ତ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ l ଶେଷରେ ଗଗନ ପଲେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ
