କୋଣାର୍କ : କରୋନା ମହାମାରୀ କୁ ପ୍ରତିରୋଧ ପାଇଁ ସାରାଦେଶକୁ ଲକଡା଼ଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପଯ୍ୟଟନ ସ୍ଥଳୀ କୋଣାର୍କ ମଧ୍ୟ ଲକଡା଼ଉନ ହୋଇଛି। କିନ୍ତୁ ଏହି ସମୟରେ ଜନସାଧାରଣ ଙ୍କ ସୁବିଧା ପାଇଁ ସରକାରଙ୍କ ନିର୍ଦେଶ ମୁତାବକ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯଥା ରାସନ,ମେଡ଼ିସିନ, ମାଛ,ମାଂସ ଓ ପରିବା ,କ୍ଷୀର ଦୋକାନ ଖୋଲରହିଛି। କିନ୍ତୁ ଏହି ଦୋକାନ ମାନଙ୍କରେ ସମଦୁରତା ରଖି ଗ୍ରାହକ ମାନଙ୍କୁ ସାମଗ୍ରୀ ଦେବାକୁ କୁହାଯାଇଥିଲା ବେଳେ ରବିବାର ମାଛମାର୍କେଟ ରେ ପ୍ରଶାସନର ନିଦ୍ଧେଶ ସତ୍ତ୍ୱେ କିଛି ମାଛ ବେବସାଇ ଶାସକ ଦଳର କିଛି କୁଜି ନେତାଙ୍କୁ ଧରି ରାସ୍ତା କଡରେ ମାଛ ପସରା ଖୋଲିବା ଦ୍ବାରା ଗହଳି ଲାଗିଥିଲା ଏବଂ ସମଦୁରତା ରହୀନଥିଲା ଯାହା କିଛି ସଚେତନ ନାଗରିକ କୋଣାର୍କ ଏନ ଏ ସି ର ନିର୍ବାହୀ ଅଧିକାରୀ ଏମ୍, ଶ୍ରୀ ନିବାସ ଓ ସ୍ତାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ପୃଥୀବିରାଜ ମଣ୍ଡଲ ଙ୍କୁ ଅବଗତ କରିଥିଲେ ।ଶ୍ରୀ ମଣ୍ଡଲ ପୋଲିସ ଟିମ ସହ ଉପସ୍ଥିତ ହୋଇ ମାଛଦେ।କାନ କୁ ବନ୍ଦ କରିବା କୁ ନିଦ୍ଧେଶ ଦେଇଥିଲେ ଏବଂ ସମସ୍ତ ମାଛବ୍ୟବସାୟୀ ହେଲିପ୍ୟାଡରେ 10 ମିଟର ଦୂରତା ରଖି ବେବସାୟ କରିବା ସହ ମାକ୍ସ ଓ ହାତ ଗ୍ଲୋବ ବେବହାର କରିବାକୁ ନିଦ୍ଧେଶ ଦେଇଥିଲେ ଏବଂ ମାଛକୁ ବିନା କଟା ରେ ବିକ୍ରି ପାଇଁ କହିଥିଲେ ।ଏଥିରେ ଯିଏ ଖିଲାପ କରେ ତାହାଲେ ତାଙ୍କ ଉପରେ ଆଇନିଗତ କଯ୍ୟାନୁଷ୍ଠାନ ନିଆଜିବବୋଲି ସୁଚାଇଦେଇଥିଲେ।