ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ସହର ରେ ଥିବା କିଛି ଅମାନିଆ ଦୋକାନୀ କୋବିଡ଼ ନିୟମ କୁ ପାଳନ କରୁ ନାହାନ୍ତି। ଅମାନିଆ ଦୋକାନୀ ମନ ଇଛା ଖୋଲୁଛନ୍ତି। ଏନେଇ ଏକ ବିସ୍ତୃତ ଖବର ଦୈନିକ ଖବରକାଗଜ “ସମୟ ” ରେ ପ୍ରକାଶିତ ହେବା ପରେ ପ୍ରଶାସନ ଜାଗ୍ରତ ହୋଇଛି। ଗୁରୁବାର ଦିନ ବୋରିଗୁମ୍ମା ତହସିଲଦାର ଶ୍ରୀ ସଞ୍ଜୀବ କୁମାର ସାହୁ ନିଜେ ସହର ପରିକ୍ରମା କରିଥିଲେ। ବୋରିଗୁମ୍ମା ଛକ ରେ ଥିବା ଗୋଟିଏ ଦୋକାନ ସମୟସୀମା ବାହାରେ ଦୋକାନ ଖୋଲିବାର ଅଭିଯୋଗ ହୋଇଥିଲା।
ତହସିଲଦାର ସଞ୍ଜୀବ କୁମାର ସାହୁ ଉକ୍ତ ଦୋକାନ କୁ ସପ୍ତାହ ପାଇଁ ସିଲ କରିବା ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଅମାନିଆ ଦୋକାନୀ ଙ୍କୁ ତହସିଲଦାର ଙ୍କ ଛାଟ ଦେଖି ଅନ୍ୟ ଦୋକାନୀ ମାନେ ଭୟ ରେ ଆଜି ଦିନ ଗୋଟାଏ ରେ ଦୋକାନ ବନ୍ଦ କରିଛନ୍ତି। ଆଜି ତହସିଲଦାର ଶ୍ରୀ ସାହୁ ଓ ପୋଲିସ ପ୍ରଶାସନ ମିଳିତ ଭାବେ ସହର ବୁଲିଥିଲେ। ସମୟସୀମା ବାହାରେ ଦୋକାନ ଖୋଲା ଥିବାରୁ ଦେଖି ବିରକ୍ତି ଭାବ ପ୍ରକାଶ କରିବା ସହ ତୁରନ୍ତ ଦୋକାନ ବନ୍ଦ କର ବୋଲି ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଜାରୀ ରହିଛି।
ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ ରେ ଖୋଲି ଦିନ ଗୋଟାଏ ରେ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଆଜି ଜିଲ୍ଲାପାଳ ଙ୍କ ପତ୍ରାଙ୍କ ୨୧୪୦ / ୨୦୨୦ ତାରିଖ ୦୭.୦୮.୨୦ ଅନୁସାରେ ଦୋକାନ ବନ୍ଦ କରିବା ସମୟ ଦିନ ଗୋଟାଏ ବଦଳେ ଦିନ ୩ ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲକ ଡାଉନ ସମୟରେ ବାରମ୍ବାର ଛଡାଉ କରାଯିବ ବୋଲି ତହସିଲଦାର ଶ୍ରୀ ସାହୁ ସୂଚନା ଦେଇଛନ୍ତି।
