ଔଷଧୀୟ ଗୁଣରେ ଭରପୁର ଗୋଖରୂ ଭାରତରେ ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ଋତୁରେ ଉପଲବ୍ଧ ହୋଇଥାଏ, ଆଷାଢ଼ ଓ ଶ୍ରାବଣ ମାସରେ ପ୍ରାୟ ସମସ୍ତ ପ୍ରକାର ମାଟିରେ ଦେଖିବାକୁ ମିଳିଥାଏ ଗୋଖୁର , ଏହା ରାସ୍ତା କଡରେ ବିଲରେ ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳେ, ଗୋଖୁର ହଳଦିଆ ରଙ୍ଗର ଛୋଟ ଛୋଟ ଫୁଲ ଓ ଏଥିରେ କଣ୍ଟା ଫଳ ମଧ୍ୟ ଦେଖିବାକୁ ମିଳିଥାଏ l
ଗୋଖୁର ର ଗୁଣ –
ଆୟୁର୍ବେଦ ଅନୁସାରେ ମେଡ଼ିସିନ ସିଷ୍ଟମ ରେ ଗୋଖୁର ର ବ୍ୟବହାର ଖୁବ ଅଧିକ କରାଯାଇଥାଏ l ଗୋଖୁର ର ବ୍ୟବହାର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ରେ କରାଯାଇଥାଏ , ଗୋଖୁର ପରିସ୍ରା ସମ୍ବନ୍ଧିତ ସମସ୍ୟା, ପୁରୁଷ ମାନଙ୍କର ଯୌନ ସମସ୍ୟା, ଡାଇଜେସନ ସମସ୍ୟା ଓ ତ୍ୱଚା ସମ୍ବନ୍ଧିତ ସମସ୍ୟା ପାଇଁ ଲାଭ ଦାୟକ l
* ଏହାଛଡା ଏହା ପୁରୁଷ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଲାଭଦାୟକ ଅଟେ, ଏହା କିଡ୍ନୀ ରେ ଷ୍ଟୋନ ସମସ୍ୟା ଓ ୟୁରିନାରୀ ପ୍ରୋବ୍ଲେମ ର ମଧ୍ୟ ସମାଧାନ କରିଥାଏ, ବ୍ଲାଡର ରେ ସଂକ୍ରମଣ ଦୂର କରିଥାଏ, ପରିସ୍ରା ପୋଡା ପାଇଁ ଲାଭ ଦାୟକ ଅଟେ l ଏବଂ ପୁରୁଷ ମାନଙ୍କର ହର୍ମୋନ ସିକ୍ରେସନ ଠିକ ଭାବରେ ହେବା ସହିତ ପ୍ରଜନନ କ୍ଷମତା ବୃଦ୍ଧି କରିଥାଏ l
* ଏହା ଛଡା ଗୋଖୁର ବ୍ଲଡ଼ ପ୍ରେସର କୁ କଣ୍ଟ୍ରୋଲ କରିଥାଏ, ଏବଂ ହାର୍ଟ କୁ ମଜବୁତ କରିଥାଏ, ଏଥିରେ ଥିବା ସେପନିଙ ହାର୍ଟ ସମ୍ବନ୍ଧିତ ସମସ୍ତ ସମସ୍ୟା କୁ ଦୂର କରିଥାଏ l
* ବିଶେଷ ଭାବରେ ଗୋଖୁର ଆଣ୍ଠୁ ଗଣ୍ଠି ଜନିତ ବିଭିନ୍ନ ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ ଗୋଖୁର, କିନ୍ତୁ ଡାଇଜେସନ ସମସ୍ୟା କୁ ମଧ୍ୟ ଦୂର କରିଥାଏ ଗୁଖୁର, ପେଟ ସଫା କରି ଗୋଟିଏ ସୁସ୍ଥ ଜୀବନ ଦେଇଥାଏ l