Odisha news

ଡମଣଭୂମି ଟି -୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଡମଣଭୂମି ଦଳ ଚାମ୍ପିଅନ

0

ନିରାକାରପୁର, ୧୮/୧: ଖୋର୍ଦ୍ଧା ଜିଲ୍ଲା ଡମଣଭୂମି କ୍ରିକେଟ ଆସୋସିଏସନ୍ ଦ୍ଵାରା ଆୟୋଜିତ ଟି -୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଘରୋଇ ଡମଣଭୂମି ଦଳ କୁ ଗୋଡିପଡା ଦଳ ଭେଟିଥିଲେ। ପ୍ରଥମେ ବ୍ୟାଟିଂ କରି ଡମଣଭୂମି ଦଳ ନିର୍ଦ୍ଧାରିତ ଓଭରରେ ୧୩୬ ରନ କରିଥିଲେ। କିନ୍ତୁ ଗୋଡିପଡା ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୧୦୧ ରନ କରିବାରେ ସମର୍ଥ ହୋଇଥିଲେ। ଫଳରେ ଡମଣଭୂମି ଦଳ ଚାମ୍ପିଅନ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ କ୍ରୀଡା ସୁନ୍ଦର୍ ସ୍ବାସ୍ଥ୍ୟ, ଶରୀରକୁ ଆବଶ୍ୟକୀୟ ପୋଷଣ ଯୋଗାଇଥାଏ ବୋଲି କହିବା ସହ ଯୁବ ସମାଜ ଚାହିଁଲେ ସମାଜରେ ପରିବର୍ତ୍ତନ ଆଣି ପାରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚଙ୍କ ପ୍ରତିନିଧି ରଞ୍ଜନ ଭୋଳ , ସମିତି ସଭ୍ୟ ନେତ୍ରୀ ନନ୍ଦ ପ୍ରଧାନ, ବିନୋଦ ଭୋଳ, ସୀମାଞ୍ଚଳ ଭୋଳ, ରାଧାକାନ୍ତ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହିଥିଲେ।

Nalco
Leave A Reply