Odisha news

ସିଲାବସ୍ ହ୍ରାସ ସ୍ୱାଗତଯୋଗ୍ୟ

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ମହାମାରୀ କରୋନା ଯୋଗୁଁ ଜୀବନ, ଜୀବିକା ଏବଂ ଅର୍ଥନୀତି ପରେ ଆଉ ଯେଉଁ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେଉଛି , ତାହା ହେଉଛି ଶିକ୍ଷାକ୍ଷେତ୍ର । ଦେଶରେ କରୋନା ଭୂତାଣୁ ସଂକ୍ରମଣ ପୂର୍ବରୁ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାକ୍ଷେତ୍ରକୁ ବନ୍ଦ କରି ଦିଆଯାଇଛି । ଅଗଷ୍ଟ ୩୧ ତାରିଖ ପରେ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି କୁହାଯାଉଥିବାବେଳେ କେବେ ଖୋଲିବ, ତାହା ଏବେଠୁ କହିବା ଅସମ୍ଭବ ମନେ ହୁଏ । ସ୍ୁଲଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପରୀକ୍ଷା ବାତିଲ ହୋଇଛି । ଛାତ୍ର ଜୀବନର ଉନ୍ନତିର ପ୍ରଥମ ସୋପାନ ଭାବେ ପରିଚିତ ‘ଦଶମ’ ଓ ଦ୍ୱିତୀୟ ସୋପାନ ‘ଦ୍ୱାଦଶ’ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି । ତେବେ ଜୁଲାଇ ଶେଷ ସୁଦ୍ଧା ସମସ୍ତ ପରୀକ୍ଷାଫଳ ପ୍ରକାଶ ପାଇବା, ବୋଲି କୁହାଯାଇଛି । ଯାହାକି ଗୋଟିଏ ଦୁଇଟି ଉତର ଖାତାର ମାର୍କ ଆଧାରରେ ।

କେବଳ ଏତିକି ନୁହେଁ, ସାଧାରଣତଃ ଏପ୍ରିଲ ମାସରେ ନୂତନ ଶ୍ରେଣୀରେ ନାମ ଲେଖା ପ୍ରକ୍ରୀୟା ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ନାମ ଲେଖା ହୋଇପାରିନାହିଁ । ଆହୁରି ମଧ୍ୟ ପ୍ରତିଯୋଗିତାମୂଳକ କୌଣସି ପରୀକ୍ଷା ହୋଇପାରିନାହିଁ । ଯେହେତୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । ତେବେ ସୁଖର କଥା ଆଇସିଏସଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଥିବାବେଳେ ସିବିଏସଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ଓ ଦଶମ ପରୀକ୍ଷା ଫଳ ଯଥାକ୍ରମେ ଆସନ୍ତା ୧୧ ଓ ୧୩ ତାରିଖରେ ପ୍ରକାଶିତ ହେବାକୁ ଯାଉଛି । ଜୁଲାଇ ଶେଷ ସୁଦ୍ଧା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟି୍ରକ ପରୀକ୍ଷାଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି । ମହାମାରୀ କରୋନା କେବଳ ପରୀକ୍ଷା ବାତିଲ କରିନାହିଁ, ୨୦୨୦-୨୧ ଶିକ୍ଷାବର୍ଷର ଏକ ତୃତୀୟାଂଶ ଶିକ୍ଷା ସମୟ ବର୍ତମାନ ସୁଦ୍ଧା ନଷ୍ଟ କରିସାରିଲାଣି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସିଲାବସରେ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତି ଘୋଷଣା କରିଛି । ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇପାରିବ । ଯାହାକି ଉଭୟ ଛାତ୍ର ଓ ଶିକ୍ଷକଙ୍କୁ ଚାପମୁକ୍ତ କରିବାରେ ସହାୟକ ହେବ । କେବଳ ଏତିକି ନୁହେଁ, ୩୦ ପ୍ରତିଶତ ସିଲାବସ ହ୍ରାସ ଦ୍ୱାରା ଶିକ୍ଷାବର୍ଷର ଅବଶିଷ୍ଟ ଶିକ୍ଷା ଦିବସରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯାଇପାରିବ । ପାଠ୍ୟକ୍ରମ ଶେଷ କରିବାକୁ ଶିକ୍ଷକମାନେ ତରବରିଆ ହେବେ ନାହିଁ କି ଛାତ୍ରଛାତ୍ରୀମାନେ ଭାରାକ୍ରାନ୍ତ ହେବେ ନାହିଁ । ସ୍ୱଳ୍ପ ସିଲାବସ ଯୋଗୁଁ ପରୀକ୍ଷା ମଧ୍ୟ ଠିକ ସମୟରେ ହୋଇପାରିବ । ସାଂପ୍ରତିକ ସମୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନେଇଥିବା ନିଷ୍ପତି ଯଥାର୍ଥ ବୋଲି ସ୍ୱୀକାର କରିବାକୁ ହେବ । ଓଡିଶା ସରକାର ସିଲାବସ ହ୍ରାସ ବର୍ତମାନ ସୁଦ୍ଧା ଘୋଷଣା କରିନଥିଲେ ମଧ୍ୟ ୩୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ସିଲାବସ ହ୍ରାସ କରିବା ନେଇ ସୂଚନା ମିଳିଛି ।

ଏବେ ଅନଲାଇନରେ ଶିକ୍ଷା ଦାନ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହୋଇପାରୁ ନାହାଁନ୍ତି । ଇଂଟରନେଟ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ସୁବିଧା ଥିବା ସହରାଚଂଳର ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହୋଇଥିବା ବେଳେ ଗ୍ରାମାଚଂଳ, ଦୁର୍ଗମ୍ୟ ଅଂଚଳର ବିଦ୍ୟାର୍ଥୀ ଏଥିରୁ ବଂଚିତ ହୋଇଛନ୍ତି । ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କେବଳ ଉଚ୍ଚତର ଶିକ୍ଷା ନୁହେଁ, ପ୍ରାଥମିକ ଶିକ୍ଷା ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ୟୁନିସେଫ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଳକଡାଉନ ଯୋଗୁଁ ଦେଶରେ ପ୍ରାଥମିକ ଶ୍ରେଣୀରେ ପଢୁଥିବା ୨୪କୋଟି ୭୦ ଲକ୍ଷ ଏବଂ ଅଙ୍ଗନବାଡି ଯାଉଥିବା ୨କୋଟି ୮୦ ଲକ୍ଷରୁ ଉଦ୍ଧ୍ୱର୍ ପିଲାଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଆହୁରି ମଧ୍ୟ ଦେଶରେ ଛାତ୍ରମାନÿଙ୍କ ତୁଳନା ଗ୍ରାମୀଣ ଛାତ୍ରୀମାନଙ୍କର ପାଠପଢା ବା ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଲକଡାଉନ ଅବଧି ମଧ୍ୟରେ ଇଂଟରନେଟ୍, ରେଡିଓ, ଟିଭି ଜରିଆରେ ଶିକ୍ଷାଦାନ ଜାରି ରଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପଦକ୍ଷେପ ନେଇଥିବା ବେଳେ ତାହା କେବଳ ସହରାଚଂଳରେ ସୀମିତ ରହିଛି ଏବଂ ମାତ୍ର ୨୪ ପ୍ରତିଶତ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏହା ନିଶ୍ଚିତ ଯେ, ଏବେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯେଭଳି ଦିନକୁ ଦିନ ବଢିଚାଲିଛି, ସେଥିରେ ପିଲାମାନଙ୍କୁ ଅଭିଭାବକ ବିଦ୍ୟାଳୟ ବା ମହାବିଦ୍ୟାଳୟକୁ ନଛାଡିବା ସମ୍ଭାବନାକୁ ଅଗ୍ରାହ୍ୟ କରିହେଉନାହିଁ । ତେଣୁ ପିଲାମାନଙ୍କୁ କେବଳ ଗୁଣାତ୍ମକ ଶିକ୍ଷାଦାନ ଉପରେ ବିଶେଷଜ୍ଞମାନେ ଗୁରୁତ ଦେବା ଆବଶ୍ୟକ । ଆମେ ପୁଣି ଥରେ ସିଲାବସ ହ୍ରାସକୁ ସ୍ୱକାଗତ କରୁଛୁ ।

Leave A Reply