Odisha news

ଶୀତଋତୁ ରେ ପ୍ରତିଦିନ ଖାଆନ୍ତୁ କନ୍ଦମୂଳ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ମହିଳାଙ୍କ ରିପ୍ରଡକ୍ଟିଭ ମଧ୍ୟ ବୃଦ୍ଧି ହୋଇଥାଏ

0

ଶୀତଋତୁରେ ଖୁବ ସହଜରେ ବଜାରରେ କନ୍ଦମୂଳ ମିଳି ଯାଇଥାଏ l କାରଣ ଏହି ସମୟରେ ବଜାରକୁ କନ୍ଦମୂଳ ନୂଆ କରି ଆସିଥାଏ l ଖୁବ ସାଧାରଣ ଦେଖା ଯାଉଥିବା ଏହି କନ୍ଦମୂଳ ଶରୀର ପାଇଁ ଖୁବ ଲାଭଦାୟକ ଅଟେ l  ଏଥିରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ , ଭିଟାମିନ ଓ ମିନେରାଲସ ଭରି ହୋଇ ରହିଥାଏ l  ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଶୀତଋତୁ ରେ ନିୟମିତ କନ୍ଦମୂଳ ସେବନ ଶରୀରକୁ ଅନେକ ରୋଗ ନିକଟରୁ ଦୁରେଇ ରଖିଥାଏ l

ଆସନ୍ତୁ ଜାଣିବା ଶୀତଋତୁରେ କନ୍ଦମୂଳ ସେବନ କରିବାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ -:

– କନ୍ଦମୂଳ ରେ ଉଚ ମାତ୍ରାରେ ଫାଇବର ରହିଥାଏ ଯାହାଦ୍ୱାରା ଆମେ ଗ୍ୟାସ, ଏସିଡ଼ିଟି ଭଳି ବିଭିନ୍ନ ପେଟ ରୋଗରୁ ଦୂରେଇ ରହିଥାଉ l ଏହାଛଡା ପାଚନ ସମସ୍ୟା ଦୂର କରିବାରେ ମଧ୍ୟ କନ୍ଦମୂଳ ସାହାଯ୍ୟ କରିଥାଏ l ଯଦି ଆପଣ ନିୟମିତ ଗୋଟିଏ ଲେଖାଏଁ କନ୍ଦମୂଳ ସେବନ କରିବେ ତେବେ ପେଟ ସମସ୍ୟା ସମ୍ପୂର୍ଣ ଦୂର ହେବ l

– କନ୍ଦମୂଳ ରେ ଭିଟାମିନ ଏ ଭରପୁର ମାତ୍ରାରେ ରହିଥାଏ , ଯାହା ତ୍ୱଚାରେ ଚମକ ଆଣି ଥାଏ l ଏହାଛଡା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଯେପରିକି ଶୁଷ୍କ ତ୍ୱଚା, ତ୍ୱଚାରେ ବ୍ରଣ ଇତ୍ୟାଦି ମଧ୍ୟ ଠିକ କରିଥାଏ l ଶୀତଋତୁରେ ଯେଉଁସବୁ ତ୍ୱଚା ସମସ୍ୟା ଦେଖା ଯାଉଛି ତାହା ମଧ୍ୟ ଠିକ ହୋଇଥାଏ l

– କନ୍ଦମୂଳ ମଗ୍ନେଶୀୟମ ର ଗୋଟିଏ ଭଲ ସ୍ରୋତ ଅଟେ l  ମଗ୍ନେଶୀୟମ ଆମର ମାନସିକ ଚାପ ବା ଷ୍ଟ୍ରେସ ସ୍ତର କୁ କମାଇବାରେ ସାହାଯ୍ୟ କରିଥାଏ l ଏହାଛଡା ଏଙ୍ଗଯାଇଟି ମଧ୍ୟ ହ୍ରାସ ହେବାରେ ସାହାଯ୍ୟ କରେ l  ତେଣୁ ଶୀତଋତୁରେ ନିୟମିତ କନ୍ଦମୂଳ ସେବନ କରିବା ଜରୁରୀ l

– କନ୍ଦମୂଳ ମହିଳା ମାନଙ୍କ ପାଇଁ ମଧ୍ୟ ଖୁବ ଦରକାରୀ ଅଟେ, ନିୟମିତ କନ୍ଦମୂଳ ସେବନ ଦ୍ୱାରା ମହିଳାଙ୍କ ନିକଟରେ ରିପ୍ରଡକ୍ଟିଭ ପରଫରମାନ୍ସ ବୃଦ୍ଧି ପାଇଥାଏ l  ଏହାଛଡା ଫର୍ଟିଲିଟି ମଧ୍ୟ ଉନ୍ନତ ହୋଇଥାଏ l

– କନ୍ଦମୂଳ ବ୍ଲଡ଼ ସୁଗାର ସ୍ତର କୁ ମେନଟେନ କରିବାରେ ସାହାଯ୍ୟ କରିଥାଏ l ରକ୍ତରେ ଇନ୍ସୁଲିନ କୁ ବୃଦ୍ଧି ହେବାକୁ ଦେଇନଥାଏ l ତେଣୁ ମଧୁମେହ ରୋଗୀ ମଧ୍ୟ କନ୍ଦମୂଳ ନିୟମିତ ସେବନ କରିପାରିବେ l ଏହାଛଡା ମହିଳାଙ୍କ ନିକଟରେ କନ୍ଦମୂଳ ଆଇରନ କମି ହୋଇ ନଥାଏ l

– କନ୍ଦମୂଳ ରେ ଫାଇବର ମାତ୍ରା ଅଧିକ ହୋଇଥାଏ, ଯାହା ବ୍ୟାଡ଼ କୋଲେଷ୍ଟ୍ରଲ ସ୍ତରକୁ କମ୍ କରିବାରେ ଶଯ୍ୟା କରିଥାଏ l ଏହାଛଡା ହାର୍ଟ କୁ ମଧ୍ୟ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ l

– କନ୍ଦମୂଳ ରେ ଭିଟାମିନ ସି ଓ ବିଟା -କେରୋଟିନ ପ୍ରଚୁର ମାତ୍ରା ରେ ରହିଥାଏ l  ତେଣୁ ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରି ବିଭିନ୍ନ ରୋଗ ଠାରୁ ମଧ୍ୟ ଦୂରେଇ ରଖିଥାଏ l

Nalco
Leave A Reply