ଆପଣ ଭାବୁଥିବେ ବ୍ୟାୟାମ କରିବା ସମୟରେ ଅଧିକ ଝାଳ ବୋହିବା ଦ୍ୱାରା ଅଧିକ ଫ୍ୟାଟ ଲସ ହୋଇଥାଏ l ଫିଟ ଓ ଅନଫିଟ ଉଭୟ ପ୍ରକାର ଲୋକଙ୍କୁ ଅଧିକ ଝାଳ ବାହାରିଥାଏ l ଏହା ଘଟିବା ଅଲଗା ଅଲଗା କାରଣ ମଧ୍ୟ ହୋଇପାରେ l ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଭାବିଥାଉ ଯେ ଅଧିକ ଝାଳ ବୋହିବା ଦ୍ୱାରା ଭଲ ବ୍ୟାୟାମ ଓ ଭଲ ମାତ୍ରାର ଫ୍ୟାଟ ଲସ l ଅଧିକ ଝାଳ ବୋହିବା ଭଲ ଫ୍ୟାଟ ଲସ ର କାରଣ ହୋଇ ନପାରେ l
* ପ୍ରକୃତରେ ଦେଖିବାକୁ ଗଲେ ଝାଳ ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିବାର ଗୋଟିଏ ଉପାୟ l ଏହା ଏକ ପ୍ରାକୃତିକ ଘଟଣା ,ଯାହାଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ l ଏହା ବୁଝିବା ଟିକେ କଷ୍ଟକର ହୋଇପାରେ l କିଛି ଲୋକଙ୍କୁ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଝାଳ ବୋହିଥାଏ l ସାଧାରଣତଃ ଅଧିକ ଝାଳର ଗ୍ରନ୍ଥି କାରଣରୁ କିଛି ଲୋକଙ୍କର ଅଧିକ ଝାଳ ବୋହିଥାଏ l ସୁସ୍ଥ ଲୋକ ମାନଙ୍କର କାର୍ଯ୍ୟ କରିବା ସମୟରେ କିଛି ମାତ୍ରାରେ ଝାଳ ବୋହିଥାଏ ,କିନ୍ତୁ ଯେଉଁ ବ୍ୟକ୍ତିମାନେ ଅନଫିଟ ଅଟନ୍ତି ସେମାନଙ୍କ ଶରୀରରୁ ଅସ୍ୱାଭାବିକ ଭାବରେ ଅଧିକ ଝାଳ ବୁହେ l
* ଝାଳ ,କ୍ୟାଲୋରୀ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ବୋଲି କିଛି ଲୋକଙ୍କର ଧାରଣା ରହିଛି l କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଝାଳ କୌଣସି କ୍ୟାଲୋରୀକୁ ବର୍ନ କରିନଥାଏ l ଆମେ ବ୍ୟାୟାମ ପରେ ଝାଳ ବୋହିବା ଦ୍ୱାରା ତୁରନ୍ତ ପାଣି ପିଇବା ଉଚିତ ନୁହେଁ l କାରଣ ଆମେ ଯେତିକି ଓଜନ କମାଇ ଥାଉ ପାଣି ପୀଇବା ଦ୍ୱାରା ତାହା ପୁଣି ଅସ୍ଥାୟୀ ଭାବରେ ଶରୀରର ଓଜନ ବଢ଼ାଇ ଦେଇଥାଏ l
* ଫ୍ୟାଟ ଲସ କରିବାର ଉପାୟ ହେଲା ପୌଷ୍ଟିକ ଖାଦ୍ୟ ଖାଇବା ଓ ଲୋ କ୍ୟାଲୋରୀ ମେଣ୍ଟେନ କରିବା l ତା ସହିତ ନିୟମିତ ବ୍ୟାୟାମ ,ଯୋଗ ଅଭ୍ୟାସ କରିବା ଆବଶ୍ୟକ ଆମେ ଜାଣିବା ଉଚିତ ଯେ ଆମପାଇଁ କଣ ଠିକ l
* ଆମ ଶରୀରରେ ୬୦ ପ୍ରତିଶତରୁ ୭୦ ପ୍ରତିଶତ ପାଣି ରହିଛି l ଅତ୍ୟଧିକ ଝାଳ ସହିତ ଅପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ହାଇପର ଥର୍ମିଆ ହୋଇପାରେ l ଯାହାଦ୍ୱାରା ଆମେ କିଡ୍ନୀ ,ହୃଦୟଗତ ସମସ୍ୟା ଓ ମାଂସପେଶୀ ସମସ୍ୟା ଦେଖାଦେଇଥାଏ l
ସେଥିପାଇଁ ଗ୍ରୀଷ୍ମ ଋତୁରେ ନିଜକୁ ହାଇଡ୍ରେଟ ରଖିବା ଜରୁରୀ ଅଟେ ଓ ସୁସ୍ଥକର ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ l
