ଗୁରୁବାର ଦିନ ହଳଦୀରେ ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ସ୍ୱସ୍ତିକ ଚିହ୍ନ, ମା ଲକ୍ଷ୍ମୀଙ୍କ କୃପାରୁ ମିଳିବ ୭ଟି ଚମତ୍କାର ଲାଭ
ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନାର ରହିଛି ଅନେକ ମହତ୍ୱ, କାହିଁକିନା ଏହା ଘରର ବାତାବରଣ ରେ ସାଟ୍ୱିକ ଓ ପବିତ୍ର ବାତାବରଣ ଭରିଥାଏ l ତେଣୁ ବାସ୍ତୁଶାସ୍ତ୍ର ରେ ଏଭଳି ଅନେକ କାର୍ଯ୍ୟ କରିବା ପାଇଁ କୁହାଯାଇ ଥାଏ l ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାର ଦିନ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ପାଇଁ କୁହାଯାଇଥାଏ l ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ଘର ପରିବାର ଉପରେ ସର୍ବଦା ରହିଥାଏ l
– ହଳଦୀରେ ସ୍ୱସ୍ତିକ ଚିହ୍ନ କରିବା ଖୁବ ଶୁଭ ହୋଇଥାଏ, ଏବଂ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଏହା କରିବା ଖୁବ ଶୁଭଫଳ ଦେଇଥାଏ l ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଏହା ସୁଖ-ସମୃଦ୍ଧିର ପ୍ରତୀକ ହୋଇଥାଏ , ଏବଂ ଏହାଦ୍ୱାରା ପରିବାର ରେ ସୁଖ ସୌହାର୍ଦ୍ୟ ରହିଥାଏ l
– ହଳଦୀ ର ସ୍ୱସ୍ତିକ ଚିହ୍ନ ଗୁରୁବାର ଦିନ ଘରେ କରିବା ଦ୍ୱାରା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ l ପରିବାର ସଦସ୍ୟଙ୍କ ର ଜୀବନ ରେ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହୋଇଥାଏ l
– ଯଦି ଆପଣ ଗୁରୁବାର ଦିନ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବେ ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ କୃପା ଚିର ସ୍ଥାୟୀ ହୋଇ ରହିବ l ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ , ଏବଂ ସମସ୍ତ ବିଘ୍ନ ମଧ୍ୟ ଦୂର ହୋଇଥାଏ l
– ହଳଦୀ ରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ସମସ୍ତ ପ୍ରକାର ନକାରାତ୍ମକ ଉର୍ଜା ଦୂର ହୋଇଥାଏ l ଏବଂ ଘରେ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ l ମନ ଶାନ୍ତ ରହିଥାଏ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l
– ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ଉତ୍ପତି ହୋଇଥାଏ, ତେବେ ତାହାକୁ ଦୂର କରିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ହଳଦୀ ରେ ସ୍ୱସ୍ତିକ ଚିହ୍ନ କରନ୍ତୁ l
– ଯଦି ଘରେ କେହି ସର୍ବଦା ରୋଗରେ ପୀଡିତ ରହୁଛନ୍ତି ତେବେ ଘରର ମୁଖ୍ୟ ଦ୍ୱାରରେ ହଳଦୀ ରେ ସ୍ୱସ୍ତିକ ଚିହ୍ନ ନିହାତି କରନ୍ତୁ, ଏହାଦ୍ୱାରା ଧନ ହାନୀ ଦୂର ହୋଇଥାଏ, ରୋଗ ବୈରାଗ ଦୂର ହୋଇଥାଏ, ସୁଖ-ସମୃଦ୍ଧି ର ଆଗମନ ହୋଇଥାଏ l
