Odisha news

ଘରର କେଉଁ ସ୍ଥାନରେ ସ୍ୱସ୍ତିକ ଚିହ୍ନ କଲେ କେଉଁ ଲାଭ ମିଳିଥାଏ

0

ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନ ର ଖୁବ ମହତ୍ୱ ରହିଛି , ଏହା ବିନା କୌଣସି ଶୁଭ କାର୍ଯ୍ୟ ସମ୍ଭବ ନୁହେଁ l ଘରର ପୂଜା , ହୋମ , ଯେ କୌଣସି ନୂଆ ଜିନିଷ କିଣିବା ସମୟରେ , କିମ୍ବା ମାଙ୍ଗଳିକ କାର୍ଯ୍ୟ ରେ ସ୍ୱସ୍ତିକ ଚିହ୍ନ ର ପ୍ରୟୋଗ ହୋଇଥାଏ l କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସ୍ୱସ୍ତିକ ଚିହ୍ନ ଉପଯୁକ୍ତ ଦିଗରେ ହେବା ଆବଶ୍ୟକ l ଆସନ୍ତୁ ଜାଣିବା ଅଷ୍ଟ୍ରୋ ଏକ୍ସପର୍ଟ ଙ୍କ ମତରେ ଘରର କେଉଁ ସ୍ଥାନରେ ସ୍ୱସ୍ତିକ ଚିହ୍ନ ରହିବା ଜରୁରୀ l

* ଘରର ଉତ୍ତର ଦିଗରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଆପଣଙ୍କ ଜୀବନ ରେ କଦାପି ଧନ ର ଅଭାବ ହୋଇ ନଥାଏ l କାରଣ ଘରର ଉତ୍ତର ଦିଗ ଖୁବ ଶୁଭ ଅଟେ l

* ଘରେ ସୁଖ ସମୃଦ୍ଧି ପାଇଁ ଘରର ଦକ୍ଷିଣ ଦିଗରେ କାନ୍ଥ ରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ପରିବାର ରେ ସୁଖ ଶାନ୍ତି ସର୍ବଦା ରହିଥାଏ l

* ଯଦି ଆପଣଙ୍କ ପିଲାର ପାଠ ପଢିବାରେ ଇଚ୍ଛା ହେଉ ନାହିଁ , ତେବେ ଆପଣଙ୍କ ପିଲା ର ପାଠ ପଢିବା ସ୍ଥାନ ରେ ଗୋଟିଏ କାଗଜ ରେ ସ୍ୱସ୍ତିକ ଚିହ୍ନ କରି ଟେବୁଲ ନିକଟ ରେ ରଖି ଦିଅନ୍ତୁ l

* ଯଦି ଆପଣଙ୍କ ଜୀବନ ରେ ଧନ ସମ୍ବନ୍ଧୀୟ ସମସ୍ୟା ହେଉଛି ତେବେ ନିଜ ଘରର ଅଲମିରା ଓ ଧନ ରଖୁଥିବା ସ୍ଥାନ ରେ ନାଲି ରଙ୍ଗର ସ୍ୱସ୍ତିକ ଚିହ୍ନ କରନ୍ତୁ l ଏହାଦ୍ୱାରା ବ୍ୟବସାୟ ରେ ଉନ୍ନତି ହୋଇଥାଏ ଓ ଧନ ସମ୍ବନ୍ଧୀତ ସମସ୍ୟା ଦୂର ହୋଇଥାଏ l

* ଘରର ଠିକ ଦିଗରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଥାଏ ଓ ସକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ l

* ଘରେ ସ୍ୱସ୍ତିକ ଚିହ୍ନ କରିବା ସମୟରେ ସଠିକ ଦିଗ ଓ ସଠିକ ଉପାୟ କୁ ଜାଣି ରଖିବା ଉଚିତ l ସ୍ୱସ୍ତିକ କରିବା ସମୟ ରେ ପ୍ରଥମେ ତାର ଡାହାଣ ପଟ କରନ୍ତୁ ଓ ପରେ ବାମ ପାର୍ଶ୍ଵ କରନ୍ତୁ l

Leave A Reply