Odisha news

ପ୍ରତିଦିନ ଘରର ଏହି ସ୍ଥାନରେ କରନ୍ତୁ ସ୍ୱସ୍ତିକ ଚିହ୍ନ, ଏହାପରେ ଦେଖନ୍ତୁ ଚମତ୍କାର

0

ବାସ୍ତୁଶାସ୍ତ୍ର ରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ମାନଙ୍କ ପାଇଁ ପ୍ରତ୍ୟେକ ଜିନିଷ ବିଶେଷ ମହତ୍ୱ ରଖିଥାଏ l ତାହା ଯାହାବି ହୋଇଥାଉ ନା କାହିଁକି ଘର ସମୁଖରେ ଅଳିଆ ରଖିବା ହେଉ କିମ୍ବା ଅନ୍ୟ କୌଣସି ଜିନିଷ ହେଉ ପ୍ରତ୍ୟେକ କାର୍ଯ୍ୟ ମହତ୍ଵପୁର୍ଣ ଅଟେ l  ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ର କୁ ଖୁବ ଗୁରୁତ୍ୱ ଦିଆଯାଇଥାଏ , ଏହାଛଡା ପ୍ରତ୍ୟେକ ଧାର୍ମିକ ଚିହ୍ନ ର ମଧ୍ୟ ଅନେକ ମହତ୍ୱ ରହିଛି l ଆମେ ପ୍ରାୟ ଅଧିକାଂଶ ଘରର ମୁଖ୍ୟଦ୍ଵାର ରେ ସ୍ୱସ୍ତିକ ଚିହ୍ନ, ଓଂ କିମ୍ବା କାଲଶ ଚିହ୍ନ ହୋଇ ଥିବାର ଲକ୍ଷ କରିଥାଉ l ଯାହାକି ସୁଖ-ସମୃଦ୍ଧି , ଶାନ୍ତି ଓ ସକାରାତ୍ମକ ଶକ୍ତିର ପ୍ରତୀକ ହୋଇଥାଏ l  କୁହାଯାଏ ଯେ ଘରର ବାହାରେ କିମ୍ବା ଭିତରେ ଏଭଳି ଧାର୍ମିକ ଚିହ୍ନ ପରିବାର ପାଇଁ ସୁଖ ଓ ସମୃଦ୍ଧି ନେଇ ଆସିଥାଏ l

ମାନ୍ୟତା ଅନୁସାରେ ଧାର୍ମିକ ଗ୍ରଂଥ ରେ ସ୍ୱସ୍ତିକ ଚିହ୍ନ ଶୁଭତା ର ପ୍ରୀତିକ ଅଟେ l କେବଳ ଏତିକି ନୁହେଁ ବାସ୍ତୁଶାସ୍ତ୍ରରେ ଏହାର ମଧ୍ୟ ବିଶେଷ ମହତ୍ୱ ରହିଛି l  କୁହାଯାଇଛି ଯେ ଶୁଭ କାର୍ଯ୍ୟ ସମୟରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ସମସ୍ତ କାର୍ଯ୍ୟ ରେ ଶୁଭଫଳ ଲାଭ ହୋଇଥାଏ l ଆସନ୍ତୁ ଜାଣିବା ସ୍ୱସ୍ତିକ ଚିହ୍ନ କେଉଁସବୁ କାର୍ଯ୍ୟରେ କରାଯାଇ ଥାଏ l

* ଘରର ଏହି ଦିଗରେ କରନ୍ତୁ ସ୍ୱସ୍ତିକ ଚିହ୍ନ –
ଶାସ୍ତ୍ର ଅନୁସାରେ ଓ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ହଳଦୀ ଓ ସିନ୍ଦୁର ରେ ସ୍ୱସ୍ତିକ ଚିହ୍ନ କରିବେ ତେବେ ଏହା ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବ l  ଏହାଛଡା ସ୍ୱସ୍ତିକ ଚିହ୍ନ ପୂଜା ସ୍ଥାନରେ କିମ୍ବା ଘରର ମୁଖ୍ୟ ଦ୍ୱାରରେ କରିବା ଜରୁରୀ l  ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ଓ ଗୃହ ରେ ସୁଖସମୃଦ୍ଧି ର ବାସ ହୋଇଥାଏ l

* ସ୍ୱସ୍ତିକ ଚିହ୍ନ କରିବା ସମୟରେ ରଖନ୍ତୁ ଏହି କଥାକୁ ଧ୍ୟାନ –
ବାସ୍ତୁଶାସ୍ତ୍ର ବିତ ଙ୍କ ମତ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଓ ପୂଜାଘର ନିକଟରେ ବାସ୍ତୁଦୋଷ କୁ ଦୂର କରିବା ପାଇଁ ସ୍ୱସ୍ତିକ ଚିହ୍ନ କରିବା ଆବଶ୍ୟକ l  ଏହି ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l  ମଲକ୍ଷ୍ମୀ ଙ୍କ କୃପା ଲାଭ ହେବା ସହିତ ଦରିଦ୍ରତା ନାଶ ହୋଇଥାଏ l  କିନ୍ତୁ ଧ୍ୟାନ ରଖିବେ ଏହି ସ୍ୱସ୍ତିକ ଚିହ୍ନ ୯ ଆଙ୍ଗୁଳି ଲମ୍ବ ରହିବ l

* ସ୍ୱସ୍ତିକ ଚିହ୍ନ କରିବା ସମୟରେ କରନ୍ତୁ ଏହି ଜିନିଷର ପ୍ରୟୋଗ –
ଯେତେବେଳେ ବି ଆପଣ ନିଜ ଘରେ ସ୍ୱସ୍ତିକ ଚିହ୍ନ କରୁଛନ୍ତି ସେହି ସମୟରେ ତାହାକୁ ହଳଦୀ, ସିନ୍ଦୁର ଓ ଚନ୍ଦନ ର ବ୍ୟବହାର ରେ କରନ୍ତୁ l  ଏହାଛଡା ସ୍ୱସ୍ତିକ ଚିହ୍ନ କରି ସାରିବା ପରେ ତା ଉପରେ ଅରୁଆଚାଉଳ ଓ ସାମାନ୍ୟ ପୁଷ୍ପ ମଧ୍ୟ ଲଗାଇ ଦିଅନ୍ତୁ l  ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ପରିବାର ଉପରେ ସ୍ଥାୟୀ ହୋଇ ରହିବ
– ସ୍ୱସ୍ତିକ ଚିହ୍ନ ଜୀବନ ରେ ସକାରାତ୍ମକ ଭାବନା ଆଣିଥାଏ l
– ଦରିଦ୍ରତା ର ବିନାଶ କରିଥାଏ l
– ସର୍ବଦା ସୁଖସମୃଦ୍ଧି ର ପ୍ରତୀକ ହୋଇଥାଏ ସ୍ୱସ୍ତିକ ଚିହ୍ନ l

Nalco
Leave A Reply