ନୂଆଦିଲ୍ଲୀ : ବାରଣାସୀର ସ୍ୱାମୀ ଶିବାନନ୍ଦଙ୍କ ବୟସ ଜାଣିଲେ ଆପଣ ଚମକି ପଡିବେ କିନ୍ତୁ ସେ ଏତେ ବୟସରେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି l ବର୍ତ୍ତମାନ ତାଙ୍କ ବୟସ ୧୨୫ ବର୍ଷ ,ସ୍ୱାମୀ ଶିବାନନ୍ଦ କୁହନ୍ତି ତାଙ୍କ ସ୍ୱାସ୍ଥ୍ୟର ଗୁମର ହେଲା “ବିନା ତେଲରେ ଖାଦ୍ୟ ,କେବଳ ସିଝା ଖାଦ୍ୟ “l ତାଙ୍କର ଶିଷ୍ୟ ମାନେ ତାଙ୍କ ନାମକୁ ଗିନିଜ ବୁକ ଅଫ ଦି ୱାର୍ଲଡ ରେକର୍ଡରେ ସବୁଠୁ ବୟସ୍କ ବ୍ୟକ୍ତି ଭବରେ ଉଲେଖ କରି ଆବେଦନ କରିଛନ୍ତି l ସ୍ୱାମୀ ଶିବାନନ୍ଦଙ୍କ ସହିତ ତାଙ୍କ ରହୁଥିବା ଶିଷ୍ୟ ମାନେ କହିଛନ୍ତି ଯେ ସ୍ୱାମୀ ଶିବାନନ୍ଦ ବ୍ରହ୍ମ ଚାରି ଅଟନ୍ତି l ସ୍କୁଲ ଶିକ୍ଷା ଗ୍ରହଣ କରି ନାହାଁନ୍ତି ,କିନ୍ତୁ ନିଜ ଯୋଗ ବଳରେ ଇଂରାଜୀ ,ହିନ୍ଦୀ ,ବଙ୍ଗଳା ଭାଷା ଖୁବ ଭଲରେ କହି ପାରନ୍ତି l ସେ ଆଜିକାଲି ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି କିନ୍ତୁ ସେ ଗୋରଖ ପୁରର ଆରୋଗ୍ୟ ମନ୍ଦିର ସହିତ ବେଶ ଜଣାଶୁଣା l
ପାସ୍ପୋର୍ଟ ଓ ଆଧାରକାର୍ଡ଼ରେ ଦିଆଯାଇଥିବା ଜନ୍ମ ତିଥି ଅନୁଯାଇ ତାଙ୍କର ଆୟୁ ୧୨୫ ବର୍ଷ ଅଟେ l ସେ ଏହାର ରହସ୍ୟ କହିଛନ୍ତି ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବା ,ସନ୍ତୁଳିତ ଦିନ ଚର୍ଯ୍ୟା ,ବିନା ତେଲରେ ଖାଦ୍ୟ ଯୋଗ ଓ ବ୍ୟାୟାମ ଇତ୍ୟାଦି ଅଟେ l ସେ ପ୍ରତେକ ଦିନ ଭୋର ୩ ତା ବେଳେ ଉଠିଥାନ୍ତି l ସେ ଏହାପରେ ନିଜର ଦୈନଦିନ କାର୍ଯ୍ୟ ଯୋଗ ,ପ୍ରାଣାୟାମ ଓ ବ୍ୟାୟାମ ଇତ୍ୟାଦି କରିବା ପରେ କେବଳ ଦଳି ଓ ରୁଟି ଖାଦ୍ୟରେ ଗ୍ରହଣ କରନ୍ତି l ପିଲାଟି ବେଳରୁ ନିଜ ପିତାମାତାଙ୍କୁ ହରାଇଥିଲେ l ସେ ଆଜିର ଯୁବ ପିଢିଙ୍କୁ ଦର୍ଶାଇ ଛନ୍ତି ଯେ ଯୋଗ ବଳରେ ନିଜ ଶରୀରକୁ ସୁସ୍ଥ ରଖିବା ସହିତ ମନକୁ ମଧ୍ୟ ଶାନ୍ତ ରଖି ପାରିବ l
ସେ ନିଜ ବକ୍ତବ୍ୟରେ କହିଛନ୍ତି ଭାରତ ହେଉଛି ଆୟୁର୍ବେଦ ,ଯୋଗ ଓ ପ୍ରଣାୟମର ଗନ୍ତାଘର ଏହାକୁ ଯଦି ଆମେ ନିଜ କାର୍ଯ୍ୟରେ ଲଗାଇ ପାରିବା ତେବେ ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରି ପାରିବା l ସ୍ୱାମୀ ଶିବାନନ୍ଦଙ୍କ ଶିଷ୍ୟ କେବଳ ଭାରତରେ ସୀମିତ ନାହାନ୍ତି ,ଇଂଲଣ୍ଡ ,ଗ୍ରୀସ ,ଫ୍ରାନ୍ସ ,ସ୍ପେନ ,ଅଷ୍ଟ୍ରିଆ ,ଇଟାଲୀ ,ରୁଷ ,ପୋଲେଣ୍ଟ ,ସୁଇଜରଲ୍ୟାଣ୍ଡ ସହିତ ୫୦ ତିରୁ ଅଧିକ ଦେଶରେ ରହିଛନ୍ତି l ସେମାନଙ୍କ କହିବା ଅନୁସାରେ ସ୍ୱାମୀ ଶିବାନନ୍ଦ ମଧ୍ୟ ସେମାନଙ୍କ ନିକଟକୁ ଯାଇ ଯୋଗ ଜ୍ଞାନ ଦେଇ ଆସିଥାନ୍ତି l