Odisha news

ହିନ୍ଦୁ ଧର୍ମ ରେ କାହିଁକି ଜ୍ୟେଷ୍ଠ ମାସରେ ଜଳ ଦାନ କରିବାର ବିଧି ରହିଛି , ଏବଂ ଏହାଦ୍ୱାରା ପ୍ରାପ୍ତ ହୋଇଥାଏ ୭ଜନ୍ମ ର ପୁଣ୍ୟ ପ୍ରାପ୍ତି

0

ଜ୍ୟେଷ୍ଠ ମାସକୁ ହିନ୍ଦୁ ଧର୍ମରେ ଗୋଟିଏ ମହତ୍ଵପୁର୍ଣ ମାସ ଭାବରେ ଗ୍ରହଣ କରାଯାଇଥାଏ, ଏହି ମାସରେ ଧର୍ମ କାର୍ଯ୍ୟର ରହିଛି ଅନେକ ମହତ୍ୱ, ଜ୍ୟେଷ୍ଠ ମାସରେ ଜଳଦାନ ଭଳି ପୁଣ୍ୟ କାର୍ଯ୍ୟର ରହିଥାଏ ବିଶେଷ ମହତ୍ୱ l ଏବଂ ଜଳଦାନ କୁ କୁହାଯାଇଥାଏ ମହା ଦାନ ଏହା କରିବା ଖୁବ ଫଳଦାୟୀ ଅଟେ l

ଏହି ମାସଟି ଧର୍ମ ର ମାସ ଭାବରେ ପରିଚିତ ଅଟେ, ଏହି ମାସରେ ରାସ୍ତାରେ ଯାଉଥିବା ପଥିକ ଓ ଶୋଷିଲା ଲୋକ ଏବଂ ଜୀବଜନ୍ତୁ ଙ୍କୁ ପାଣି ପିଆଇବା ଖୁବ ଶୁଭ ଅଟେ l ଜ୍ୟେଷ୍ଠ ମାସରେ ଏହି କାର୍ଯ୍ୟ କରିବା ଦ୍ୱାରା ୭ଜନ୍ମ ର ପୁଣ୍ୟ ପ୍ରାପ୍ତି ହୋଇଥାଏ l

ଜ୍ୟେଷ୍ଠ ମାସରେ ଅଧିକ ଗରମ ପ୍ରବାହିତ ହୋଇଥାଏ, ଯେଉଁ କାରଣରୁ ଏହି ମାସରେ ଲୋକ ଙ୍କୁ ଅଧିକ ଶୋଷ ଲାଗିଥାଏ ଏବଂ ଅଧିକ ଗରମ କାରଣରୁ ଜୀବଜନ୍ତୁ ମଧ୍ୟ ପାଣି ପିଇବାକୁ ବ୍ୟସ୍ତ ହୋଇଯାଇ ଥାଆନ୍ତି l

ସେଥିପାଇଁ ଲୋକେ ନିଜ ଘର ଛାତ ଉପରେ ପକ୍ଷୀ ମାନଙ୍କ ପାଇଁ ଜଳଯନ୍ତ୍ର ରଖି ଥାଆନ୍ତି ଏବଂ ନିଜ ଘର ସମୁଖରେ ମଧ୍ୟ ପାଣିରେ ଭରି ରଖି ଥାଆନ୍ତି ବଡ ବଡ଼ କୁଣ୍ଡ ଯେଉଁଥିରୁ ଗାଈ, ମେଣ୍ଢା, ଛେଳି , କୁକୁର ଇତ୍ୟାଦି ପାଣି ପିଇ ଥାଆନ୍ତି l

ଜ୍ୟେଷ୍ଠ ମାସରେ ଜଳଦାନ କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ, ଏହାଛଡା ଭଗବାନ ବିଷ୍ଣୁ ଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ l ଜ୍ୟେଷ୍ଠ ମାସରେ ମାଟି ଘଡା ଦାନ କରିବାର ବିଶେଷ ମହତ୍ୱ ମଧ୍ୟ ରହିଥାଏ l

ଜ୍ୟେଷ୍ଠ ମାସ ଖରାରେ ଗ୍ରୀଷ୍ମ କାଳୀନ ଫଳ ତରଭୁଜ, କାକୁଡି, ଆମ୍ବ ଇତ୍ୟାଦି ଦାନ ମଧ୍ୟ କରାଯାଇଥାଏ l ଏହାଦ୍ୱାରା ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ l ଏହି ମାସରେ ବ୍ରାହ୍ମଣ ଙ୍କୁ ଭୋଜନ କରାଇବାର ବିଶେଷ ମହତ୍ୱ ମଧ୍ୟ ରହିଥାଏ l

Leave A Reply