ସୂର୍ଯ୍ୟ ନମସ୍କାର କେବଳ ଗୋଟିଏ ଯୋଗାସନ ନୁହେଁ, ଏହା ଗୋଟିଏ ଆଧ୍ୟାତ୍ମିକ ଚେତନା ମଧ୍ୟ ଯାହା ମାମଣିଷ କୁ ଯୋଡ଼ିଥାଏ ଆଧ୍ୟାତ୍ମିକ ଚେତନା ରେ l ଏହା ଗୋଟିଏ ପୁର୍ଣ ଶାରୀରିକ ବ୍ୟାୟାମ, ଯେଉଁଥିରେ ୧୨ ଟି ଆସନ ରହିଥାଏ, ସୂର୍ଯ୍ୟ ନମସ୍କାର ର ଅଭ୍ୟାସ ସକାଳ ସୂର୍ଯ୍ୟୋଦୟ ପୂର୍ବରୁ କରାଯାଇ ଥାଏ l ଯଦି କୌଣସି ବ୍ୟକ୍ତି ପ୍ରତିଦିନ ସୂର୍ଯ୍ୟ ନମସ୍କାର ୩ଟି ରାଉଣ୍ଡ କରିବେ ତେବେ ଅନେକ ପ୍ରକାର ଲାଭ ମିଳିବ l
ସୂର୍ଯ୍ୟ ନମସ୍କାର ର ଲାଭ –
ସୂର୍ଯ୍ୟ ନମସ୍କାର ଶରୀରକୁ ଶକ୍ତି ଦେଇଥାଏ l
– ଶରୀର କୁ ଫୁର୍ତି ଯୋଗାଇ ଥାଏ l
– ହୃଦୟ ସ୍ୱାସ୍ଥ୍ୟ ରେ ସୁଧାର ଆଣିଥାଏ l
– ଉତେଜନା କମ କରିଥାଏ l
– ମସଲସ ଗୁଡିକ ଅଧିକ ଆକ୍ଟିଭ ହୋଇଥାଏ l
ସୂର୍ଯ୍ୟ ନମସ୍କାରର ଅନ୍ୟ ଲାଭ ଗୁଡିକ କଣ –
– ସୂର୍ଯ୍ୟ ନମସ୍କାର ରୋଗ ବିରୁଦ୍ଧ ରେ ଲଢ଼ିବା ପାଇଁ ପ୍ରତିରକ୍ଷା ପ୍ରଣାଳୀ କୁ ମଜବୁତ କରିଥାଏ l
– ସୂର୍ଯ୍ୟ ନମସ୍କାର ଦ୍ୱାରା ପ୍ରଶ୍ୱାସ ଓ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଓ ଶରୀରକୁ ଭଲ ମାତ୍ରାରେ ଅକ୍ସିଜେନ ମିଳିଥାଏ l
– ସୂର୍ଯ୍ୟ ନମସ୍କାର ପାଚନ ରେ ସୁଧାର ଆଣିଥାଏ, ଏହା ଗ୍ୟାସ ଓ ଏସିଡ଼ିଟି ସମସ୍ୟା ରୁ ଆରାମ ମିଳିଥାଏ l
– ନିୟମିତ ସକାଳୁ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଷ୍ଟ୍ରେସ କମିଥାଏ ଓ ରକ୍ତଚାପ ସନ୍ତୁଳିତ ହୋଇଥାଏ l
– ସୂର୍ଯ୍ୟ ନମସ୍କାର ଦ୍ୱାରା ଶରୀରରେ ମେଟାବୋଲିଯିମ ବୃଦ୍ଧି ହୋଇଥାଏ, କ୍ୟାଲୋରୀ ଖୁବ ଭଲରେ ବର୍ନ ହୋଇଥାଏ, ଏବଂ ଓଜନ ହ୍ରାସ ହୋଇଥାଏ l
– ସୂର୍ଯ୍ୟ ନମସ୍କାର ଦ୍ୱାରା ଗ୍ରନ୍ଥୀ ଗୁଡିକ ନିୟନ୍ତ୍ରିତ ହୋଇଥାଏ, ହର୍ମୋନ କୁ ସ୍ଥିର କରିଥାଏ, ଓ ମାନସିକ ସ୍ଥିତି ରେ ସୁଧାର ଆଣିଥାଏ l